ପ୍ରଖର ସ୍ମୃତିଶକ୍ତି ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ୧ ବର୍ଷ ୧୦ ମାସର ଶିଶୁ କନ୍ୟା ଜାନଭି ପ୍ରିୟଦର୍ଶିନୀ

ଗରଦପୁର ୧୬/୦୮/୨୦୨୬ (ଓଡ଼ିଶା ସମାଚାର)- ପ୍ରଖର ସ୍ମୃତିଶକ୍ତି ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ତେଣ୍ଡାକୁଡା ପଞ୍ଚାୟତ ଅନ୍ତର୍ଗତ ସାନନୟନପୁର ଗ୍ରାମର ଜଗଦୀଶ ପାଣି ଏବଂ ସୁରେଖା ପ୍ରିୟଦର୍ଶିନୀ ପାତ୍ରଙ୍କ ୧ ବର୍ଷ ୧୦ ମାସର ଶିଶୁ କନ୍ୟା ଜାନଭି ପ୍ରିୟଦର୍ଶିନୀ ପାଣି, ସେ ଶ୍ରୀଯୁକ୍ତ ପ୍ରତାପ ପାଣି ଙ୍କ ନାତୁଣୀ ଅଟନ୍ତି ।

ଜାନଭି ଶରୀରର ୨୭ଟି ଅଙ୍ଗ,୯ଟି ଆକୃତି,୧୨ଟି କୀଟପତଙ୍ଗ,୨୧ଟି ଯାନବାହନ,୨୩ଟି ପନିପରିବା,୨୬ଟି ଫଳ,୧୧ଟି ମହାକାଶୀୟ ପିଣ୍ଡ ଯଥା ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଇତ୍ୟାଦି,୨୩ଟି ପକ୍ଷୀ,୫୮ଟି ପଶୁ,୧୫ଟି ଫୁଲ,୯ଟି ରଙ୍ଗ,୧୦ ଜଣ ସ୍ୱାଧୀନତା ସଂଗ୍ରାମୀ,୧୦ଟି ଦେଶର ଜାତୀୟ ପତାକା,୧୭ଟି କ୍ରିୟା କିମ୍ବା କାର୍ଯ୍ୟ,୨୨ଟି ବୃତ୍ତି  ଯଥା ଡାକ୍ତର, ଶିକ୍ଷକ, ପୋଲିସ, ଇଞ୍ଜିନିୟର ଇତ୍ୟାଦି।ଇଂରାଜୀ ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର ସହ ସମ୍ପର୍କିତ ଶବ୍ଦ,୬ଟି ଜାତୀୟ ପ୍ରତୀକ ସପ୍ତାହର ୭ଟି ଦିନର ନାମ,୧ରୁ ୨୦ ପର୍ଯ୍ୟନ୍ତ ସଂଖ୍ୟା ଗଣନା,ଏହି ସମସ୍ତ ଦକ୍ଷତାକୁ ଜାନଭି ମାତ୍ର ୧ ବର୍ଷ ୧୦ ମାସ ବୟସରେ ପ୍ରଦର୍ଶନ କରିଥିଲେ। ତାଙ୍କର ଏହି ଅସାଧାରଣ ପ୍ରତିଭାକୁ India Book of Records (IBR)-ର ସମ୍ପାଦକୀୟ ବୋର୍ଡ ଯାଞ୍ଚ କରି ସ୍ୱୀକୃତି ପ୍ରଦାନ କରି “IBR Achiever” ଉପାଧିରେ ସମ୍ମାନିତ କରିଛନ୍ତି।

ଏତେ କମ ବୟସରେ ଜାନଭି ଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ,ଅଞ୍ଚଳ ପାଇଁ ଖୁସି ଖବର ଆଣି ଦେଇଛି  ଏବଂ ସମସ୍ତେ ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଆଶ୍ରିବାଦ କରୁଛନ୍ତି । ତାଙ୍କ ପିତାମାତାଙ୍କର ପ୍ରତିକ୍ରିୟା ଅନୁଯାଇ ଜାନଭି ଙ୍କୁ ବର୍ଷେ ହେବା ପୂର୍ବରୁ ଖେଳ ସହ ବହି ଏବଂ ବିଭିନ୍ନ କ୍ରିୟା ଶିଖିବାରେ ଆଗ୍ରହ ପ୍ରକାଶ କରିଆସୁଥିଲା ଏବଂ ତାଙ୍କ ମା ସୁରେଖା  ସେଥିରେ ସବୁବେଳେ ତାଙ୍କୁ ସମୟ ଦେବା ସହ ତାଙ୍କୁ ନୂଆ ନୂଆ ବିଷୟ ଶିଖାଇବାରେ ସହଯୋଗ କରନ୍ତି ।

Leave a Reply

Your email address will not be published. Required fields are marked *