ରାଷ୍ଟ୍ରନାୟକ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟ ତିଥି ପାଳିତ

ମାହାଙ୍ଗା,୧୬/୦୮/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ପ୍ରବୀଣ ରାଷ୍ଟ୍ରବାଦୀ ନେତା, ସୁଶାସନ ର ପ୍ରବର୍ତ୍ତକ,ବିଶ୍ୱବିଦିତ ଜନନାୟକ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିଟି ନିଷ୍ପତ୍ତି ଦେଶ ର ଉନ୍ନତି ଓ ଜନକଲ୍ୟାଣ ର ସ୍ୱର ଭାବେ ପ୍ରତିଭାତ ହେବା ସହ ତାଙ୍କ ଆଦର୍ଶ ଆମକୁ ବିକଶିତ ଓ ସମ୍ବୃଦ୍ଧ ଭାରତ ଗଠନ ରେ ନିରନ୍ତର ସହାୟ ହୋଇ ପାରିଛି ବୋଲି ବକ୍ତା ମାନେ ମତ ପ୍ରକାଶ କରିଛନ୍ତି।

ମାହାଙ୍ଗା ବ୍ଲକ ଗୋତରା ସ୍ଥିତ ରାଜକିଶୋର ନିଳୟ ପରିସରରେ କାମେଶ୍ୱର ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅଟଳଜୀ ଙ୍କ ଅଷ୍ଟମ ବାର୍ଷିକ ଶ୍ରାଦ୍ଧ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ପ୍ରଶାନ୍ତ କୁମାର ପଣ୍ତା ଅଧ୍ୟକ୍ଷତା କରିଥିଲେ। ସଂସଦ ର ସମ୍ପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମ୍ୱାଦିକ ସଂଘ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶଶି ଭୂଷଣ ଷଡଙ୍ଗୀ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ କରୁଣାକର ବସ୍ତିଆ, ବରେଣ୍ୟ ଅତିଥି ଭାବେ ଶିଶିର ଷଡଙ୍ଗୀ, ସୁରଜ ଦାସ, ସମୀର ଷଡଙ୍ଗୀ, ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦାନ କରି ଅଟଳ ବିହାରୀ ବାଜପେୟୀଙ୍କ ଜୀବନାଦର୍ଶ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଶେଷରେ ସାଗରିକା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *