କେନ୍ଦ୍ରାପଡ଼ା,୨୯/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତର ସାହସପୁର ଗ୍ରାମରେ କୁରାଳପଂଚମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ବହୁ ପୁରାତନକାଳରୁ କୁମ୍ଭକାର ଭାଇମାନଙ୍କ ଦ୍ୱାରା ଏହି କୁରାଳପଂଚମୀ ପୂଜା ଅନୁଷ୍ଠିତ ହୋଇଆସୁଅଛି । ପୂଜକ ନିଳକଣ୍ଠ ତ୍ରିପାଠୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତା ଭାବେ ରାଜେନ୍ଦ୍ର ବେହେରା କର୍ତବ୍ୟ ସମ୍ପାଦନ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଜଗବନ୍ଧୁ ବେହେରା, ପ୍ରଭଞ୍ଜନ ବେହେରା, ହଳଧର ବେହେରା, ଦିଲ୍ଲିପ କୁମାର ବେହେରା, ଆଲୋକ ବେହେରା, ରାଜକିଶୋର ବେହେରା, ହରିଚରଣ ରଣା, ଅଶୋକ ବେହେରା, ଶ୍ରୀଧର ବେହେରା, ମାନସ ବେହେରା, ବ୍ରହ୍ମାନନ୍ଦ ବେହେରା ପ୍ରମୁଖଙ୍କ ମିଳିତ ସହଯୋଗରେ ଏହି ପୂଜା କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହିତ କରାଯାଉଛି । ଦୈନିକ ସନ୍ଧ୍ୟାରେ ଭଜନ,ଜଣାଣ ଓ ସଂକୀର୍ତନ କରାଯାଇ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି ।
