ସାମ୍ୱାଦିକଙ୍କ କଲମଚାଳନା ହିଁ ସେମାନଙ୍କ ନିଜସ୍ୱ ପରିଚୟ: ଉମାକାନ୍ତ ପଟ୍ଟନାୟକ
ଭୁବନେଶ୍ୱର,୨୮/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବରେ ବିଜେପି ମିଡିଆ ସେଲର ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକମାନେ କଲମ ଚଳାଇ ନିଜସ୍ୱ ପରିଚୟ ନିଜେ ସୃଷ୍ଟି କରନ୍ତୁ । ଗଣମାଧ୍ୟମର ସମସ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହିତ ସରକାର ଏ ସବୁ ସମସ୍ୟା ପ୍ରତି ସଚେତନ ଅଛନ୍ତି ବୋଲି କହିଥିଲେ ।
ଖୋର୍ଦ୍ଧା ବିଜେପି ଜିଲା ସଭାପତି ବିଶ୍ୱରଞ୍ଜନ ବଡଜେନା ମୁଖ୍ୟବକ୍ତା ଭାବେ ସାମ୍ବାଦିକମାନଙ୍କୁ ଉଦବୋଧନ ଦେଇ କହିଲେ ରାଜ୍ୟର ବିକାଶରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ,ଆମ ସରକାର ଯେଭଳି ଭାବେ ବିକାଶମୂଳକ ଯୋଜନା ଉପରେ ଜୋର ଦେଇ କାମ କରୁଛନ୍ତି,ସେସବୁ ବାର୍ତାକୁ ଗ୍ରାମାଂଚଳରେ ପହଂଚାଇବା ଦାୟିତ୍ୱ ମଧ୍ୟ ଏହି ସବୁ ସାମ୍ବାଦିକଙ୍କର । ଏଣୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଗମ୍ଭୀରତା ସହିତ ବିଚାର କରୁଛନ୍ତି ବୋଲି କହିଥିଲେ । ଅନ୍ୟତମ ଅତିଥି ପୂର୍ବତନ ଜିଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର ସାମ୍ବାଦିକ କଲ୍ୟାଣରେ ନିୟୋଜିତ ସଂଘର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।
ବହୁତ ଗୁଡିଏ ବେନାମୀ ସଂଘକୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ପ୍ରାରମ୍ଭରେ ଉପାଧ୍ୟକ୍ଷ ରଜନୀକାନ୍ତ ସାମନ୍ତରାୟ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଡିଜିଟାଲ ସାର୍ଟିଫିକେଟ ପ୍ରଦର୍ଶନ ପୂର୍ବକ ଜାଲିଆତି କାମରେ ଲିପ୍ତ ଥିବା ସାମ୍ୱାଦିକଙ୍କୁ ଚେତାବନୀ ଦେଇ କହିଲେ ବର୍ତମାନ ଖୋର୍ଦ୍ଧା ଜିଲାପାଳ ଅମ୍ରୀତ ଋତୁରାଜ,ଶ୍ରମ ବିଭାଗର କମିସନର ଥିଲାବେଳେ ଏହି ନୁତନ ସାର୍ଟିଫିକେଟ ଇସ୍ୟୁ କରିଛନ୍ତି । ପରେ ଅତିଥିମାନଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ନବ ନିର୍ବାଚିତ କର୍ମକର୍ତାଙ୍କ ନାମ ଘୋଷଣା କରିଥିଲେ ।
ସେମାନେ ହେଲେ ସଂଜୟ ଦାସ-ସଭାପତି,ପ୍ରଦ୍ୟୁମ୍ନ ଦାଶ-ସାଧାରଣ ସମ୍ପାଦକ,ପ୍ରସନ୍ନ ପୃଷ୍ଟି-କୋଷାଧ୍ୟକ୍ଷ,ଉପ-ସଭାପତି ଭାବେ-କୃଷ୍ଣଚନ୍ଦ୍ର ପ୍ରଧାନ,ପ୍ରଫୁଲ୍ଲ ଦାସ,ସୁବାସ ପଣ୍ଡା, ବୁବା ଦାସଙ୍କ ସହିଚ ଆଉ ୫କାର୍ଯ୍ୟକାରୀ ସଦସ୍ୟ । ସେହିପରି ଖୋର୍ଦ୍ଧା ଜିଲା ପାଇଁ ସଭାପତି ହେମନ୍ତ ବେହେରା,ରଜନୀକାନ୍ତ ଜଗଦେବ,ଯୋଗେଶ ପଣ୍ଡା,ଦେବବ୍ରତ ହୋତା,ଉପ ସଭାପତି,ନିରଞ୍ଜନ ନାୟକ-ସମ୍ପାଦକ, ମଞ୍ଜୁଲତା ଇନ୍ଦ୍ରଜିତ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
ପୁରୀ, କଟକ,ବଡମ୍ବା,କଳାହାଣ୍ଡି ଓ ନୟାଗଡ ଜିଲା କର୍ମକର୍ତା ନିର୍ବାଚିତ ହେଲେ । ଏହାସହିତ ସର୍ବ ସମ୍ମତିକ୍ରମେ ଉମାକାନ୍ତ ପଟ୍ଟନାୟକଙ୍କୁ ଭାରତୀୟ ଗଣମାଧ୍ୟମ ପରିଷଦର ଅଧ୍ୟକ୍ଷ ଭାବେ ମନୋନୀତ କରାଗଲା ।ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉଦ୍ଧ୍ୱର୍ ସାମ୍ୱାଦିକ ଉପସ୍ଥିତ ଥିଲା ବେଳେ ୪୦ ଜଣ ସାମ୍ବାଦିକ ନୂତନ ସଦସ୍ୟତା ଗ୍ରହଣ କଲେ । ଏହି ଅଧିବେଶନ ବରୁଣେଇ ଡାକବଙ୍ଗଳାରେ ବହୁ ଉତ୍ସାହ ଓ ଉଦ୍ଧୀପନା ସହ ପାଳିତ ହେଲା ବୋଲି ସାଧାରଣ ସଂପାଦକ ପ୍ରଦ୍ୟୁମ୍ନ ଦାଶ ସୂଚନା ଦେଇଛନ୍ତି ।
