ମାହାଙ୍ଗା, ୨୨/୦୭/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-ବଡ଼ଚଣା ଥାନା ଅଧୀନରେ ଥିବା ବିଷ୍ଣୁ ସାମନ୍ତରାୟ କଲେଜର ପୁର୍ବତନ ଅଧ୍ୟକ୍ଷ ପବିତ୍ର ମୋହନ ମହଲା ଙ୍କ ମାନସିକ ନିର୍ଯ୍ୟାତନା ଓ ହତ୍ୟା ଧମକ ପରେ ବର୍ତ୍ତମାନ କଲେଜ ଅଧ୍ୟକ୍ଷ ତଥା କଟକ ଜିଲ୍ଲା ମାହାଙ୍ଗା ଭଦ୍ରେଶ୍ୱରଥାନା ମାଟିପାରିଲୋ ଗ୍ରାମ ର ନାରାୟଣ ଚନ୍ଦ୍ର ମୁଦୁଲି ବିଷ ଖାଇ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ଗତ ୧୦ ଦିନ ତଳେ ପୁର୍ବତନ ଅଧ୍ୟକ୍ଷ ମାନସିକ ନିର୍ଯ୍ୟାତନା ଦେବା ଘଟଣାରେ ଉପ ଜିଲ୍ଲାପାଳ, ଜିଲ୍ଲାପାଳ, ନିର୍ଦ୍ଦେଶକ,ମୁଖ୍ୟମନ୍ତ୍ରୀ, ଭଦ୍ରେଶ୍ୱର ଥାନା, ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ପୋଷ୍ଟାଲ ମାଧ୍ୟମରେ ପଠାଇଥିଲେ ସୁଦ୍ଧା ଅଦ୍ୟାବଧି ସମ୍ପୃକ୍ତ ଅଭିଯୁକ୍ତ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯାହାକି ଶେଷରେ ବାଧ୍ୟ ହୋଇ ନିଜ ଘରେ ଆତ୍ମହତ୍ୟା କରିବାକୁ ପ୍ରଥମେ ବିଦ୍ୟୁତ୍ ଦ୍ୱାରା ଓ ପରେ ବ୍ଲେଡ, କଇଁଚି ସାହାଯ୍ୟରେ ମୃତ୍ୟୁ ବରଣ କରିବାରେ ବିଫଳ ପରେ ଶେଷରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଯାହାକି ଏବେ କଟକ ବଡ଼ ମେଡିକାଲରେ ଆଇସିୟୁ ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ନାରାୟଣ ମୁଦୁଲି । ଅନ୍ୟପଟେ ଅଭିଯୁକ୍ତ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି ତଥା ରାଜନୀତି ସମ୍ପର୍କ ରେ ଆଗ ଧାଡ଼ିର ନେତା ହୋଇଥିବାରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇନାହିଁ । ଏପଟେ ନିଜେ ପୁର୍ବତନ ଅଧ୍ୟକ୍ଷ ପବିତ୍ର ମୋହନ ମହଲା କଟକ ବଡ଼ ମେଡିକାଲକୁ ଯାଇ ନାରାୟଣ ମୁଦୁଲି ଙ୍କ ସାନ ପୁତ୍ର ଗିରିଶ ମୁଦୁଲୀ ଙ୍କୁ ୨ ଲକ୍ଷ ଟଙ୍କା ନେଇ କେସ ଚପାଇ ଦେବାକୁ କହିଥିବାର ଅଭିଯୋଗ କରିଛନ୍ତି ।
ତେବେ ଏହି ଘଟଣା ଦୀର୍ଘ ୧୦ ଦିନ ପରେ ନାରାୟଣ ମୁଦୁଲି ଙ୍କ ପରିବାରଙ୍କୁ ନ୍ୟାୟ ମିଳିନାହିଁ ଯାହାକି ନାରାୟଣ ଙ୍କ ଧର୍ମପତ୍ନୀ ଏକ ପ୍ରକାର ପାଗଳୀ ହୋଇଯାଇଥିବା ପୁଅ ଗିରିଶ କହିଛନ୍ତି । ଯଦି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନଯାଏ କି ଆମକୁ ନ୍ୟାୟ ନ ମିଳେ ତେବେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ନାରାୟଣ ଙ୍କ ପରିବାର ଲୋକେ ।
