ଢେଙ୍କାନାଳ ବନଖଣ୍ଡରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରିବାକୁ ଆହ୍ୱାନ
କାମାକ୍ଷାନଗର,୨୧/୦୭/୨୦୨୫(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲା ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଦଶୀପୁର ପଂଚାୟତର ଭାଲୁମୁଣ୍ଡା ଗ୍ରାମରେ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିରୋଡ଼ ରେଞ୍ଜ ଅଧିକାରୀ ହରେଶ ଚନ୍ଦ୍ର କିଷାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଅନୁଗୁଳ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ(ଆରସିସିଏଫ୍) ସଞ୍ଜୟ କୁମାର ସ୍ୱାଇଁ ଯୋଗଦେଇ ନିଜ ମାଆଙ୍କ ନାମରେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବାକୁ ଆହ୍ୱାନ ଦେଇଥିଲେ । ଚଳିତ ବର୍ଷ ଢେଙ୍କାନାଳ ବନଖଣ୍ଡରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରାଯିବା ପାଇଁ ଶ୍ରୀ ସ୍ୱାଇଁ କହିଛନ୍ତି । ମୁଖ୍ୟବକ୍ତା ଭାବେ ଗଡ଼ ପଳାଶୁଣି ବାପୁଜି ସରକାରୀ ଉଚ୍ଚବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଦୁର୍ଯେ୍ୟାଧନ ବେହେରା ଯୋଗଦେଇ ଜୀବଜଗତ ଓ ମାନବ ସମାଜକୁ ରକ୍ଷା କରିବା ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍ କୁଞ୍ଜ ବିହାରୀ ନାୟକ, କାମାକ୍ଷାନଗର ପୂର୍ବାଂଚଳ ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ପାତ୍ର, କାମାକ୍ଷାନଗର ପଶ୍ଚିମାଂଚଳ ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର ସାହୁ, ପଙ୍ଗାତିରା ସରପଂଚ କରୁଣାକର ସାହୁ, କଙ୍କଡ଼ାହାଡ଼ ବ୍ଲକ୍ ସାମ୍ବାଦିକ ସଂଘ ଉପଦେଷ୍ଟା ତଥା ପୂର୍ବତନ ସରପଂଚ ଦିବ୍ୟସିଂହ ଦେହୁରୀ, ମହାବିରୋଡ଼ ମଣ୍ଡଳ ବିଜେପି ସଭାପତି ଜିତେନ୍ଦ୍ର କର ଓ ଭାଲୁମୁଣ୍ଡା ବନ ସୁରକ୍ଷା ସମିତି ସଭାପତି ମୋତିଲାଲ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଭାଲୁମୁଣ୍ଡା ଗ୍ରାମରୁ ଗଡ଼ ଳାଶୁଣି ପର୍ଯ୍ୟନ୍ତ ୩ କିମି ରାସ୍ତାର ଉଭୟ ପାର୍ଶ୍ୱରେ ପଥପ୍ରାନ୍ତ ବନୀକରଣ କାର୍ଯ୍ୟକ୍ରମରେ ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ମହାବିରୋଡ଼ ରେଞ୍ଜ ବନ କର୍ମଚାରୀ ଓ ଭାଲୁମୁଣ୍ଡା ବନ ସୁରକ୍ଷା ସମିତି ସମସ୍ତ ସହଯୋଗ କରିଥିଲେ ।
