ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ ରେ ଢେ଼ଙ୍କାନାଳ ଜିଲ୍ଲାରେ ଭୁବନ ପ୍ରଥମ

ଭୁବନ,୨୦/୦୭/୨୦୨୫ (ଓଡ଼ିଶା ସମାଚାର)- ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ବର୍ଷ ରେ ଢେ଼ଙ୍କାନାଳ ଜିଲ୍ଲାରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ସ୍ଥାନ ହାସଲ କରିଥିବା ଜଣାପଡିଛି ।

ଏଥିପାଇଁ ଭୁବନ ରେ ଆନନ୍ଦ ପ୍ରକାଶ ପାଇଛି। କାମାକ୍ଷା ନଗର ଏନ୍ ଏ ସି ୩୧ ,ହିନ୍ଦୋଳ ଏନ୍ ଏ ସି ୭୦ ନମ୍ବର ସ୍ଥାନରେ ଥିବା ବେଳେ ଢେ଼ଙ୍କାନାଳ ମ୍ୟୁନିସପାଲଟି ୮୬ ତମ ସ୍ଥାନରେ ରହିଛି । ଗତ ୨୦୨୩-୨୪ ବର୍ଷ ଭୁବନ ରାଜ୍ୟରେ ୯୮ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ୧୩ ଏବଂ ଢେ଼ଙ୍କାନାଳ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ବୁଦ୍ଧିଜୀବୀ ମହଲ ଏଥିପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ ଙ୍କୁ ଶ୍ରେୟ ଦେବା ସହ ଉଚ୍ଚ ପ୍ରଶଂସା କରୁଛନ୍ତି ।

ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବେଜ ଏହାର ସମସ୍ତ ଶ୍ରେୟ ଭୁବନର ଜନ ସାଧାରଣ ,ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ କର୍ମୀ ମାନଙ୍କୁ ଦେଇଛନ୍ତି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମଧ୍ୟ ସ୍ୱଚ୍ଛ ସାଥୀ,ସ୍ୱଚ୍ଛ କର୍ମୀ ଓ ଭୁବନ ଜନ ସାଧାରଣ ଙ୍କୁ ଶ୍ରେୟ ଦେଇ ଆମେ ସମସ୍ତେ ସଚେତନ ହୋଇ କାର୍ଯ୍ୟ କଲେ ଆସନ୍ତା ବର୍ଷ ଭୁବନ୍ ଏନ୍ ଏ ସି ସାରା ରାଜ୍ୟରେ ପ୍ରଥମ ହେବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *