ସାପ କାମୁଡ଼ାରେ ବାପ ମା ଙ୍କୁ ହରାଇ ବେସାହାରା ହୋଇଥିବା ଦୁଇ ଶିଶୁଙ୍କ ପାଇଁ ସହାୟତା ର ହାତ  ଵଢାଇଲା’ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’

କଟକ ସଦର,୨୦/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଳମିଶ୍ରି ପଞ୍ଚାୟତ ପୁରୁଣାପାରି ଗ୍ରାମର ଗରିବ ଦିନ ମଜୁରିଆ ପତି ମାନସ ବାରିକ୍ ଓ ପତ୍ନୀ ନମୀତା ରାଉତ ଙ୍କର ଗତ ବୁଧବାରଦିନ ସାପ କାମୁଡ଼ାରେ ଅକାଳ ମୃତ୍ୟୁ ଘଟିଥିଲା। ଏଥିରେ ସୈ।ଭାଗ୍ୟ ବଶତଃ ଵର୍ତିଯାଇଥିଵା ଦୁଇ ଶିଶୁପୁତ୍ର ଓ ଶିଶୁକନ୍ୟା ବାପ ମାଙ୍କ ମୃତ୍ୟୁ ପରେ ବେସାହାରା ହୋଇଯାଇଥିଲେ। ଏହି ଖଵର ଗତ ୧୭ ତାରିଖ ରେ ‘ଓଡିଶା ସମାଚାର’ରେ ବିସ୍ତୃତ ଭାବେ ପ୍ରକାଶ ପାଇବା ପରେ ସବୁ ମହଲରୁ ସମବେଦନା ର ସୁଅ ଛୁଟିଥିଲା।

ଏହି ପରିପ୍ରେକ୍ଷୀରେ କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ଆଜି ରବିବାର ଦିନ ସଂଗଠନ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ତାଙ୍କ ଘରକୁ ଯାଇଁ ଦୁଇ ଅନାଥ ଶିଶୁଙ୍କୁ ସହାୟତା ଯୋଗାଇ ଦେଇଥିଵା ବେଳେ ସରକାର ଏହି ବେସାହାରା ଶିଶୁ ଦୁଇଟି ଙ୍କର‌ ଭଵିଷ୍ୟତ ଚିନ୍ତା କରିବାକୁ ନିବେଦନ କରିଛନ୍ତି। ଏଥିରେ ଆଜି ସଂଗଠନ ର ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ, ପୂର୍ବତନ ସରପଂଚ ଅଭିମନ୍ୟୁ ସାହୁ,  ସର୍ବେଶ୍ଵର ସ୍ୱ।ଇଁ , ପୂର୍ବତନ ସମିତି ସଭ୍ୟ ସୁରଥ   ରାଉତ ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ପ୍ରଫେସର ନାୟକ ଙ୍କ ଏତାଦୃଶ ମହନୀୟ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *