ବିଷ୍ଣୁପ୍ରିୟା ସେବା ସମିତି ପକ୍ଷରୁ ଚାରା ରୋପଣ

କଟକ ସଦର,୨୦/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ଵିଷ୍ଣୁପ୍ରିୟା ସେବା ସମିତି’ ପକ୍ଷରୁ ସମିତି ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଙ୍କ ତତ୍ତ୍ୱାବଧାନରେ ଏଵଂ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ଙ୍କ ଆନୁକୁଲ୍ୟରେ ଆଜି ରବିବାର ଦିନ କନ୍ଦରପୁର ପଞ୍ଚାୟତ ଅଥଙ୍ଗା କାଠଯୋଡି ନଦୀ ର କୁଲେଇଶୁଣୀ ପଠାରେ ଚାରା ରୋପଣ କରାଯାଇଥିବା ଜଣାପଡିଛି।

ଏଥିରେ ସୀମା ସୁରକ୍ଷାବାହିନୀ ର ଅବସରପ୍ରାପ୍ତ ତଥା ରାଷ୍ଟ୍ରପତି ମେଡାଲ ପ୍ରାପ୍ତ ନିରିକ୍ଷକ ବିଜୟ କୁମାର ଲେଙ୍କା ଯୋଗଦେଇ ବୃକ୍ଷ ହିଁ ଜୀଵନ ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୂଦର୍ଶନ ଜେନା, ଚିତ୍ତରଞ୍ଜନ ମହାପାତ୍ର,ପ୍ରକାଶ ସ୍ୱ।ଇଁ, ଲୋଚନ ପରିଡ଼ା, ଶିବପ୍ରସାଦ ପ୍ରଧାନ, ପ୍ରଭାକର ବେହେରା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *