ଖରିଫ ବିପଣନ ବର୍ଷ ୨୦୨୪-୨୫ ପାଇଁ ଚାଷୀ ପଞ୍ଜିକରଣ ଆରମ୍ଭ

ଯାଜପୁର ୧୯/୦୭/୨୦୨୫ (ଓଡ଼ିଶା ସମାଚାର)- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଓଡିଶା ସରକାରଙ୍କ ପତ୍ର ସଂଖ୍ୟା – ୧୨୩୩୧, ତା ୧୬.୦୭.୨୦୨୫ ରିଖ ଅନୁଯାୟୀ ଆସନ୍ତା ଖରିଫ ବିପଣନ ବର୍ଷ ୨୦୨୫-୨୬ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ତା-୧୯.୦୭.୨୦୨୫ ରିଖ ଠାରୁ ଆରମ୍ଭ ହୋଇ ତା ୨୦.୦୮.୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ । ଏଥି ନିମନ୍ତେ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଜଣାଇ ଦିଆଯାଉଅଛି କି ଏ ବର୍ଷ ଚାଷୀ ପଞ୍ଜୀକରଣ ସଂପୂର୍ଣ୍ଣ ନୂତନ ଭାବରେ କରା‌ଯିବ ଏବଂ ପୂର୍ବ ବର୍ଷର ନବୀକରଣ କରାଯିବ ନାହିଁ । ଏହି ପ୍ରକ୍ରିୟାରେ ଚାଷୀ ଭାଇ ଓ ଭଉଣୀ ମାନଙ୍କର e-KYC ତଥା ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ । ତେଣୁ ନିର୍ଦ୍ଧାରିତ ସମୟ ଅବଧି ଭିତରେ ବ୍ୟାଙ୍କ ଖାତାର ଆଧାର ସଂଯୋଗୀକରଣ କରି ଚାଷୀ ପଞ୍ଜୀକରଣ କରାଇ ନେବାକୁ ଜିଲ୍ଲା ଯୋଗାଣ ଅଧିକାରୀ, ଯାଜପୁର  ସମସ୍ତଙ୍କୁ ଜଣାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *