ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଯୋଜନାରେ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ବ୍ରେଲି ଉପକରଣ ବଣ୍ଟନ

ଯାଜପୁର ୧୯/୦୭/୨୦୨୫ (ଓଡ଼ିଶା ସମାଚାର)- ଆଜି ଅପରାହ୍ନ ୫ ଘଟିକା ସମୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀମତୀ ପି  ଅନ୍ଵେଷା ରେଡିଙ୍କ ଦ୍ଵାରା ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଯୋଜନାରେ ନେତାଜୀ ଦୃଷ୍ଠିବାଧିତ ସ୍ଵତନ୍ତ୍ର ବିଦ୍ୟାଳୟ , ଦଶରଥପୁରର ମୋଟ ପାଞ୍ଚ ଜଣ ଛାତ୍ର ଛାତ୍ରୀଙ୍କୁ “ANNIE” Smart Braile Learning Devices ପ୍ରଦାନ କରାଗଲା।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ  ରେଡି ସମସ୍ତ ଛାତ୍ର ଛାତ୍ରୀଙ୍କୁ ଭଲ ପାଠ ପଢି  ଭଲ ମଣିଷ ହେବା  ପାଇଁ ଉପଦେଶ ଦେବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ପାଞ୍ଚ ଜଣ ଛାତ୍ର ଛାତ୍ରୀଙ୍କ ଅଭିଭାବକ, ନେତାଜୀ ଦୃଷ୍ଠିବାଧିତ ସ୍ଵତନ୍ତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଞ୍ଜିତା ନାୟକ, ସମ୍ପାଦକ-ଶ୍ରୀମତୀ ସ୍ଵର୍ଣଲତା ରାଉତ, କମ୍ପୁଟର ଶିକ୍ଷକ -ପ୍ରୀତିକାନ୍ତ ଜେନା, , ଶ୍ରୀ ସୋମନାଥ ମଲିକ – କନିଷ୍ଠ କିରାଣୀ ଆଦି ଉପସ୍ଥିତ ଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *