ଷ୍ଟେଟବ୍ୟାଙ୍କ ପେନସନର୍ସ ସମାଧାନ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା,୧୯/୦୭/୨୦୨୫(ଓଡ଼ିଶା ସମାଚାର)- ଷ୍ଟେଟବ୍ୟାଙ୍କ ବାଣିଜ୍ୟ ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀକକ୍ଷରେ ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ବୈଠକ ଆଂଚଳିକ ମହାପରିଚାଳକ ବିଜୟ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ କାର୍ଯ୍ୟାଳୟ ମାନବ ସମ୍ବଳ ବିକାଶ ପରିଚାଳକ ସୁଶାନ୍ତ କୁମାର ଦାସ ଓ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ମୁଖ୍ୟ ପରିଚାଳକ ଅର୍କଜ୍ୟୋତି ଭଟ୍ଟାଚାର୍ଯ୍ୟ ବୈଠକ ପରିଚାଳନା କରିଥିଲେ ।

ଷ୍ଟେଟବ୍ୟାଙ୍କ ପେନସନରର୍ସ ସଂଘ ଓଡିଶା ସର୍କଲର ଆଂଚଳିକ ସମ୍ପାଦକ ଗଣେଶ୍ୱର ମେକାପ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ । କେନ୍ଦ୍ରାପଡାରେ ଷ୍ଟେଟବ୍ୟାଙ୍କ ଡିସପେନସରୀ(ଚିକିତ୍ସାକେନ୍ଦ୍ର) ଖୋଲାଯିବା ନିମନ୍ତେ ଆଂଚଳିକ ବାଣିଜ୍ୟ କାର୍ଯ୍ୟାଳୟରୁ ସୁପାରିଶ ହୋଇ ବାଲେଶ୍ୱର ଜୋନାଲ କାର୍ଯ୍ୟାଳୟ ପଠାଇଥିବା ଆଂଚଳିକ ମହାପରିଚାଳକ ଶ୍ରୀ ବେହେରା ପ୍ରକାଶ କରିଥିଲେ । ଏହି ଚିକିତ୍ସାକେନ୍ଦ୍ର ଶୀଘ୍ର ଖୋଲାଯିବା ପାଇଁ ଅଧିକ ଯତ୍ନବାନ ହେବାକୁ ଆଂଚଳିକ ସମ୍ପାଦକ ଶ୍ରୀ ମେକାପ ଅନୁରୋଧ କରିଥିଲେ । ଅନ୍ୟାନ୍ୟ ସମସ୍ୟା ଗୁଡିକର ସମାଧାନ ହୋଇଥିବାରୁ ଏଥିନିମନ୍ତେ ଶ୍ରୀ ମେକାପ ସଂଘ ପକ୍ଷରୁ କୃତଜ୍ଞତା ଅର୍ପଣ କରିଥିଲେ ।

ବୈଠକରେ ପେନସନରର୍ସମାନଙ୍କ ସ୍ୱାସ୍ଥ୍ୟବୀମା ସମ୍ବନ୍ଧରେ ପ୍ରାଞ୍ଜଳ ଭାବେ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ଭରେ ନୂତନ ଆଂଚଳିକ ମହାପରିଚାଳକ ଶ୍ରୀ ବେହେରା ଓ ମାନବସମ୍ବଳ ବିକାଶ ପରିଚାଳକ ଶ୍ରୀ ଦାସଙ୍କୁ ପେନସନରର୍ସ ସଂଘ ପକ୍ଷରୁ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବୈଠକରେ ପେନସନରର୍ସ ସଂଘ ଜିଲା ସମ୍ପାଦକ ଉଦୟନାଥ ସାହୁ, ଶରତ କୁମାର ମୁଦୁଲି, ରାମଚନ୍ଦ୍ର ସେଠୀ, ଦୁର୍ଯେ୍ୟାଧନ ସେଠୀ, ବିଜୟ ନାୟକ, ରବୀନ୍ଦ୍ର ନାଥ ପଣ୍ଡା, ଅଜୟ କୁମାର ନାୟକ, ନିତ୍ୟାନନ୍ଦ ସେଠୀ, ରମେଶ ଚନ୍ଦ୍ର ବିହାରୀ, ଅତୁଲ ଚନ୍ଦ୍ର ଗିରି, ହରିପଦ ପଣ୍ଡା, ଭୀମସେନ ଦାସ, ମାଧବାନନ୍ଦ ମହାପାତ୍ର, ସୁନାକର ଜେନା, ନଗେନ ମହାକୁଡ, ଏସାନ ମହମ୍ମଦ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆଂଚଳିକ ସମ୍ପାଦକ ଶ୍ରୀ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *