ଖଲ୍ଲିକୋଟ , ୧୬/୦୫/୨୦୨୪ (ଓଡ଼ିଶା ସମାଚାର)- ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ହିଂସାକାଣ୍ଡ ଘଟଣାରେ ୮ ଜଣଙ୍କୁ ପୋଲିସ୍ ଗିରଫ କରିଛି । ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ ବିଜେପିର ୪ ଜଣ କର୍ମୀ ଆହତ ହୋଇଥିଲେ। ଗୁରୁତରଙ୍କୁ ତୁରନ୍ତ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଦିଲୀପ ପହହାନ ବୋଲି ଜଣାପଡିଛି। ଜଣେ ରୋଗୀଙ୍କୁ ଭୁବନେଶ୍ୱରକୁ ପଠାଯାଇଥିବା ବେଳେ ଅନ୍ୟ ଦୁଇଜଣ ବ୍ରହ୍ମପୁର ଚିକିତ୍ସିତ ହେଉଛନ୍ତି। ପରିବାର ଲୋକଙ୍କ ସହ ମିଶି ବିଜେପି ର କର୍ମୀମାନେ ଥାନା ଘେରାଉ କରିଛନ୍ତି ।
ଗଞ୍ଜାମରେ ପ୍ରାକନିର୍ବାଚନୀ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନିର୍ବାଚନ ଆୟୋଗ। ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ। ହିଂସା ନିୟନ୍ତ୍ରଣ ପାଇଁ ବିଧି ସମ୍ମତ ପଦକ୍ଷେପ ନେବାକୁ ଜିଲାପାଳ ଏବଂ ଏସପିଙ୍କୁ ସିଇଓ ନିକୁଞ୍ଜ ଧଳ ନିର୍ଦ୍ଦେଶ ଦେଇଛନ୍ତି ।