କଟକ ସଦର ବିଧାୟକଙ୍କ ବୁଢୀ ମା’ ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 

କଟକ ସଦର ,୧୯/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ବୁଢ଼ୀ ମା’ ଚଞ୍ଚଳି ସେଠି ଙ୍କ ଗତକାଲି ଶୁକ୍ରବାର ଥିଲା ଏକାଦଶାହ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାତିରେ ଭୁବନେଶ୍ୱରରୁ ବିଧାୟକ ସେଠୀଙ୍କ ନିଜ ଗ୍ରାମ କିଶନନଗରକୁ ରାସ୍ତା ରେ‌ କାର ଯୋଗେ ଯାଇଁ ହାଟ ତୋଟା ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ମଣ୍ଡପରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱ।ସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବାଚସ୍ପତି ସୁରମା ପାଢ଼ୀ, କଟକ ସାଂସଦ ଭର୍ତୃହରି ମହତାବ, ରାଜ୍ୟ ଵିଜେପି ସଭାପତି ମନମୋହନ ସାମଲ, ନିଆଳି ବିଧାୟକ ଛଵି ମଲ୍ଲିକ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, ମହାକାଳପଡ଼ା ବିଧାୟକ ଦୂର୍ଗା ପ୍ରଶନ୍ନ ନାୟକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପୂର୍ବତନ ବିଧାୟକ ପ୍ରକାଶ ବେହେରା, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପାଟକୁରା ବିଜେପି ପ୍ରାର୍ଥୀ ତେଜେଶ୍ୱର ପରିଡ଼ା, ମାହାଙ୍ଗା ବିଜେପି ପ୍ରାର୍ଥୀ ସୁମନ୍ତ ଘଡାଇ, ଚୈ ଦ୍ୱ।ର କଟକ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀ, କ୍ଷେତ୍ର ପ୍ରଚାରକ ପ୍ରମୁଖ ପ୍ରଶନ୍ନ ମିଶ୍ର, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ ଙ୍କ ସମେତ ଅନେକ ନେତା ଓ ପଞ୍ଚାୟତ ପ୍ରତିନିଧି ଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ପରିଚାଳନା ରେ ସ୍ୱର୍ଗତା ଚଞ୍ଚଳି ସେଠି ଙ୍କ ନାତୁଣୀ ବୋହୂ ସରପଂଚ ସୁଜାତା ସେଠୀ, ନାତି ପ୍ରଭାତ ସେଠୀ,ପ୍ରଭାସ ସେଠୀ, ପ୍ରମୋଦ ସେଠୀ ପ୍ରମୁଖ ସହାୟତା କରିଥିଲେ।

ହେଲେ କିଶନନଗରକୁ ଆସି କିଶନନଗର ମାଟିର ବରପୁତ୍ର ଓଡ଼ିଶାର ପ୍ରଥମ ରାଜଵନ୍ଦୀ ରାଜକୃଷ୍ଣ ବୋଷ ଙ୍କ ପ୍ରତିମୂର୍ତ୍ତୀରେ ମୂଖ୍ୟମନ୍ତ୍ରୀ ମାଲ୍ୟାର୍ପଣ ନକରିବା ଲୋକମାନଙ୍କୁ ବ୍ୟଥିତ କରିଥିଲା। ମୂଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ଦୃଷ୍ଟିରେ ରଖି କଟକ ଗ୍ରାମାଞ୍ଚଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଵ୍ୟଵ୍ୟସ୍ଥା କରାଯାଇଥିବା ବେଳେ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କ କାର୍ଯ୍ୟଦକ୍ଷତା ସ୍ପଷ୍ଟ ବାରିହୋଇ ପଡ଼ୁଥିଲା।

Leave a Reply

Your email address will not be published. Required fields are marked *