ସ୍କୁଲ ସୁରକ୍ଷା ଉପରେ ଗଣଶିକ୍ଷା ବିଭାଗ ସକ୍ରିୟ

ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି – ହେଲପଲାଇନ ନଂ. ୧୮୦୦୩୪୫୬୭୨୨ ଜାରି
ଭୁବନେଶ୍ୱର,୧୮/୦୭/୨୦୨୫ (ଓଡ଼ିଶା ସମାଚାର)- ଏଫଏମ କଲେଜ ଘଟଣା ପରେ ସରକାର ତତ୍ପର ହୋଇଛନ୍ତି । ସ୍କୁଲରେ ସୁରକ୍ଷା ଉପରେ ଗଣଶିକ୍ଷା ବିଭାଗ ଗୁରୁତ୍ୱାରୋପ କରିଛି । ସ୍କୁଲରେ ସୁରକ୍ଷିତ ବାତାବରଣରେ ଛାତ୍ରଛାତ୍ରୀ ରହିବେ । ଗଣଶିକ୍ଷା ବିଭାଗ ପକ୍ଷରୁ ହେଲ୍ପ ଲାଇନ ନଂ ଜାରି କରାଯାଇଛି । ମହିଳାଙ୍କ ପାଇଁ ହେଲ୍ପ ଲାଇନ ନମ୍ବର-୧୮୧ । ଶିଶୁଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ୧୦୯୮ । ୧୧୨କୁ କଲ୍ କରି ପୋଲିସକୁ ଯୋଗାଯୋଗ କରିପାରିବେ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ନମ୍ବର ୧୮୦୦୩୪୫୬୭୨୨ ଜାରି କରାଯାଇଛି । ସ୍କୁଲରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ‘ବର୍ଣ୍ଣାଳୀ’ କାର୍ଯ୍ୟକ୍ରମରେ ପିଲାଙ୍କୁ ସଚେତନ କରାଯିବ ବୋଲି ନିର୍ଦ୍ଧେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *