ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୪୨ତମ ବାର୍ଷିକ ଉତ୍ସବ

ରାଉରକେଲା,୨୩/୧୨/୨୦୨୪ (ଓଡ଼ିଶା ସମାଚାର/ସସ୍ମିତା ପ୍ରଧାନ )ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାମନ୍ଦିର ର ସଭାପତି ମିତ୍ରଭାନୁ ପଣ୍ଡା ଙ୍କ ସଭାପତିତ୍ବ ସମ୍ପାଦକ କରୁଣାକର ପାଟ୍ଟଶାଣୀଙ୍କ ଆବାହକତ୍ବ ତଥା ଛାତ୍ରୀ ଲକ୍ଷ୍ମୀପ୍ରିୟା ସ୍ବାଇଁ ଓ ଆନନ୍ଦିତା ସାମଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ସ୍ବାଗତ ଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟଅତିଥି ଭାବେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗଦେଇ ପରିବେଶ ସୁରକ୍ଷା, ପ୍ରବାସୀ ରାଉରକେଲା ଙ୍କ ସହର ପ୍ରତି ଅବଦାନ, ମା’ଙ୍କ ନାମରେ ବୃକ୍ଷ ରୋପଣ, ବିକଶିତ ରାଷ୍ଟ୍ର ଗଠନ ପାଇଁ ଆହ୍ବାନ ଦେଇଥିଲେ। ଏଥିସହ ବିଦ୍ୟାମନ୍ଦିର କୁ ୧୦ଲକ୍ଷ ଟଙ୍କା ର ଆର୍ଥିକ ଅନୁଦାନ ପାଇଁ ଘୋଷଣା କରିଥିଲେ। ସମ୍ମାନିତ ଅତିଥି ଭାବେ ଆରଏସପି ର ମହାପ୍ରବନ୍ଧକ ଗିରିଜା ଶଙ୍କର ଦାସ ଯୋଗଦେଇ ବିଦ୍ୟାମନ୍ଦିର କିପରି ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତା, ମୂଲ୍ୟବୋଧ ଓ ସଂସ୍କୃତି ସମ୍ପର୍କରେ ଶିକ୍ଷା ଦିଏ ସେ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଡଃ ଉମାକାନ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଲେ ଯେ ମାତୃଭୂମି ସେବା ହେଉଛି ଶ୍ରେଷ୍ଠ ସେବା। ବୁଦ୍ଧିଜୀବୀ କେବେ ସମାଜକୁ ବିଭାଜନ କରେନାହିଁ , ସେହିପରି ଜ୍ଞାନ ମାଧ୍ୟମରେ ଆମେ ଏମିତି ଛାତ୍ର ଗଢିବା ଯାହାଙ୍କ ଦ୍ବାରା ଏକ ସୁନ୍ଦର ସଂସ୍କୃତି ସମାଜ ଗଠନ କରିପାରିବା ପାଇଁ ଆହ୍ବାନ ଦେଇଥିଲେ। ଏହାସହ ସେ ବେଦବ୍ୟାସ ନାମର ସାର୍ଥକତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ପାଟ୍ଟଶାଣୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ସଭାପତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିମାନେ ବିଦ୍ୟାମନ୍ଦିରର ମୁଖପତ୍ର ‘ଦେବଦତ୍ତ’ କୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଅଭିଭାବକ ଓ ଛାତ୍ର ଛାତ୍ରୀ ଉପଭୋଗ କରିଥିଲେ। ସଙ୍କୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ଙ୍କ ସମେତ ବିଦ୍ୟାମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ,ଗୁରୁଜୀ,ଗୁରୁମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *