ବିଶିଷ୍ଟ ସମାଜସେବୀ ଡକ୍ଟର ଅଜୟ କୁମାର ରାଉତ ଙ୍କୁକେନ୍ଦ୍ରାପଡା ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ
କେନ୍ଦ୍ରାପଡା ୧୭/୦୭/୨୦୨୫ (ଓଡ଼ିଶା ସମାଚାର)- ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଅଗ୍ନିପୁତ୍ର ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୧ତମ ଜନ୍ମ ଜୟନ୍ତୀ ।ଏହି ଉପଲକ୍ଷେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ତରଫରୁ ଏକ ସ୍ମୃତି ସଭା କେନ୍ଦ୍ରାପଡ଼ାର ବିପ୍ଲବୀ ଆନନ୍ଦ ଚନ୍ଦ୍ର ମାର୍ଗ ଛକ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବିଶିଷ୍ଟ ଆଇନଜୀବୀ ବିଚିତ୍ରା ନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଏଡିଏମ ରବୀନ୍ଦ୍ର ନାଥ ମଲ୍ଲିକ ମଂଚାସୀନ ଥିବାବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ପ୍ରଫେସର ନନ୍ଦକିଶୋର ପରିଡା, ସାହିତ୍ୟକ ତଥା ଗବେଷକ ଡକ୍ଟର ବାସୁଦେବ ଦାଶ, ଶିକ୍ଷାବିତ ରମଣୀ ରଞ୍ଜନ ରାଉତରାୟ, ସମାଜ ସେବୀ ଡକ୍ଟର ଅଜୟ କୁମାର ରାଉତ ପ୍ରମୁଖମଂଚାସୀନ ରହି ସ୍ୱାଧୀନତା ସଂଗ୍ରାମରେବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଭୂମିକାର ସ୍ମୃତି ଚାରଣ କରିଥିଲେ ।

ବିଭିନ୍ନ ବିଦ୍ୟାଳୟରେ କୃତିତ୍ୱ ଲାଭ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ସ୍ମୃତି କମିଟି ତରଫରୁ ପୁରସ୍କୃତ କରାଯାଇଥିଲା । କେନ୍ଦ୍ରାପଡାରେ ପବ୍ଲିକ ସ୍କୁଲ ଖୋଲି ସିବିଏସଇ ଶିକ୍ଷାର ଏକ ମାଇଲ ଖୁଣ୍ଟ ପକାଇଥିବାରୁ ଏହାର ପ୍ରତିଷ୍ଠାତା ଡକ୍ଟର ଅଜୟ କୁମାର ରାଉତଙ୍କୁ ଅତିଥି ମାନେ ଊଚ୍ଚ ପ୍ରଶଂସା କରିଥିଲେ । ଏତତ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ସ୍ଥିତ ସୁନାମଧନ୍ୟ କେନେଡି ବିଶ୍ଵବିଦ୍ୟାଳୟରୁ ସମ୍ମାନ ଜନକ ଡ଼କ୍ଟରେଟ ଉପାଧି ପାଇଥିବାରୁ ଏହା କେନ୍ଦ୍ରାପଡ଼ା ଜିଲ୍ଲାପାଇଁ ଗୌରବର ବିଷୟ ବୋଲି ଅତିଥି ମାନେ ମାତବ୍ୟକ୍ତ କରିଥିଲେ । ଶିକ୍ଷା ଓ ସାମାଜିକ ସଶକ୍ତି କରଣ ଉପରେ ଅଧିକ ସହଯୋଗୀତା ପାଇଁ ଏହି ସମ୍ମାନ ମିଳିଛି । ଏଣୁ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ତରଫରୁ ଡକ୍ଟର ଅଜୟ କୁମାର ରାଉତଙ୍କୁ କେନ୍ଦ୍ରାପଡା ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟିର ସମ୍ପାଦକ ସଞ୍ଜୟ ଜେନାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
