ସାଲେପୁର,୧୭/୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ହୋଇଛି । କଂଗ୍ରେସ ସମେତ ୮ ରାଜନୈତିକ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଅଖ ଚକ ବନ୍ଦ, ଦୋକାନ ବଜାରରେ ତାଲା ଝୁଲୁଥିଲା । ବନ୍ଦ ପାଳନ ସମୟରେ ନିଜନିଜର ପତିଆରା ଜାହିର ପାଇଁ ସାଲେପୁରରେ କଂଗ୍ରେସ ର ଦୁଇଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି ।
ବାଲେଶ୍ୱର ଫକୀରମୋହନ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ପ୍ରତିବାଦ ସମୟରେ ସାଲେପୁରେ ଆଜି କଂଗ୍ରେସ ଦଳର ଦୁଇଗୋଷ୍ଠୀ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସାଲେପୁର କୁଆପାଳ ଛକରେ ରାସ୍ତା ରୋକ ବେଳେ କଂଗ୍ରେସ ନେତା ଆକ୍ୟୁବ ଖାଁ ଓ ଯୁବନେତା ହରିବନ୍ଧୁ ଶତପଥିଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ଦେଖିବାକୁ ମିଳିଥିଲା । ଉଭୟ ଗୋଷ୍ଠୀର ସମର୍ଥକମାନେ ପୃଥକ ପୃଥକ ଭାବେ ରାସ୍ତା ଉପରେ ପାଲ ପକାଇ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଥି ଲେ ।
