କଟକ ସଦର ରେ ଓଡ଼ିଶା ଵନ୍ଦ ର ପ୍ରଭାବ 

କଟକ ସଦର,୧୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ଆଜି ଗୁରୁବାର ଦିନ ନାରୀ ପାଇଁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଓଡ଼ିଶା ଵନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ସଦର କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଗୋଛାୟତ ଙ୍କ ନେତୃତ୍ଵରେ କଟକ ପାରାଦୀପ ଓ କଟକ ଜଗସିଂହପୁର ରାସ୍ତା ର ତ୍ରିଛକି କନ୍ଦରପୁର ଵଜାରରେ ବନ୍ଦ ପାଳନ କରାଯାଇଛି।

ଵଜାରରେ ଦୋକାନ ସବୁ ସମ୍ପୁର୍ଣ୍ଣ ବନ୍ଦ ରହିଥିବାବେଳେ ରାସ୍ତାରେ ଅତ୍ୟାବଶ୍ୟକ ଗାଡ଼ି ଓ ଦୁଇ ଚକିଆ ଯାନ ବ୍ୟତିତ ଅନ୍ୟ ସବୁ ଗାଡିମଟର ଚଳାଚଳ ବନ୍ଦ  ରହିଥିବା ଦେଖାଯାଇଥିଲା। ଏଥିରେ କଟକ ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତି ବିଭାଗ ସଭାପତି ପ୍ରତାପ ମଲ୍ଲିକ, ରାଜ୍ୟସ୍ତରୀୟ କଂଗ୍ରେସ ନେତା ଦିଲ୍ଲିପ ମହାନ୍ତି, ନିରଞ୍ଜନ ଲେଙ୍କା, ଉଗ୍ରସେନ ଭୁୟାଁ, ଜୀଵନ ଜେନା, ନଳିନୀ ପ୍ରଭା ଉଦଗାତା, ସୀତାକାନ୍ତ ପଣ୍ଡା,ନିର୍ମଳ ସ୍ୱ।ଇଁ,ସତ୍ୟ ରଞ୍ଜନ ଵିଠ୍, ନିରଞ୍ଜନ ସାହୁ, ରାଜେଶ ହାତୀ,ସୈ।ମ୍ୟଶଙ୍କର ସ୍ୱ।ଇଁ, ମିର୍ଜା ଆକବର, ଆଲମାସ୍ ରାଗିଵ୍ ପ୍ରମୁଖ ସାମିଲ ହୋଇଥିଲେ। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କମିଶନରେଟ କନ୍ଦରପୁର ପୋଲିସ ପକ୍ଷରୁ ଥାନାଧିକାରୀ ଆର୍ତ୍ତତ୍ରାଣ ସେଠୀ ପୋଲିସ ବଳ ସହିତ ମହଜୁଦ ରହିଥିଲେ।ସେହିପରି  କଟକ ସହର ଓ ସଦର କଂଗ୍ରେସ ପକ୍ଷରୁ ମଧୁପାଟଣା ଛକ ଠାରେ ଵନ୍ଦ ପାଳନ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *