ନିଶ୍ଚିନ୍ତକୋଇଲି,୧୬/୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରୀ ଗ୍ରାମପଞ୍ଚାୟତ ପୁରୁଣାପାରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ଘରେ ଶୋଇଥିଲା ବେଳେ ବିଷାକ୍ତ ସାପ କାମୁଡ଼ାରେ ସ୍ୱାମୀ ସ୍ତ୍ରୀଙ୍କର ଅକାଳ ବିୟୋଗ ଘଟିଛି । ପୁରୁଣା ପାରି ଗ୍ରାମର ମାନସ କୁମାର ବାରିକ ( ବୟସ -୪୫) ଓ ତାଙ୍କର ପତ୍ନୀ ନମିତା ରାଉତ ( ବୟସ -୩୫) ଗତ କାଲି ରାତ୍ରିରେ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା ।
ଆଜି ସକାଳେ ସ୍ୱାମୀ ସ୍ତ୍ରୀ ଙ୍କର ଦେହ ହାତ ଝିମ ଝିମ ହେବା ସହ ମୁଣ୍ଡ ବୁଲାଇଥିଲା । ସନ୍ଦେହ ହେବାରୁ ସ୍ୱାମୀ ସ୍ତ୍ରୀ ଙ୍କୁ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ କଟକ (ଏସ ସି ବି ) ବଡ଼ ଡାକ୍ତର ଖାନା କୁ ସ୍ଥାନାନ୍ତର କରଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଏହି ମୃତ୍ୟୁ ଖବର ସମଗ୍ର କଳମିଶ୍ରି ପଞ୍ଚାୟତ ରେ ଶୋକର ଛାୟା ଖେଳି ଯାଇଛି ।
