ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ବିଶ୍ବ ପରିବେଶ ଦିବସ ପାଳିତ

ଭୁବନେଶ୍ୱର,୦୫/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାରା ରାଜ୍ୟରେ ବିଶ୍ବ ପରିବେଶ ଦିବସ ୨୦୨୬ କୁ ଉତ୍ସାହର ସହ ପାଳନ କରିଛି ଏକଲବ୍ୟ  ଆଦର୍ଶ ଆବାସିକ ବିଦ୍ୟାଳୟ (EMRSs) ।  ଚଳିତ ବର୍ଷର ଥିମ୍, “ପ୍ରକୃତି ଦ୍ୱାରା ଅନୁପ୍ରାଣିତ, ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ” ସହିତ ସମନ୍ୱୟ ରଖି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । EMRS କ୍ୟାମ୍ପସରେ ଏକ ବିଶାଳ ଚାରା ରୋପଣ ଅଭିଯାନରେ ଶହ ଶହ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।

ଛାତ୍ରଛାତ୍ରୀମାନଙ୍କୁ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା, ଜଳ ସଂରକ୍ଷଣ ଏବଂ ନବୀକରଣୀୟ ଶକ୍ତି ଆଦି ସମ୍ପର୍କରେ ସଚେତନ କରାଯାଇଥିଲା । ପାରସ୍ପରିକ ଆଲୋଚନା ଏବଂ ଅଭିଜ୍ଞତାମୂଳକ ଶିକ୍ଷା କାର୍ଯ୍ୟକଳାପ କରାଯାଇଥିଲା । ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସତତ ବିକାଶ ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦର ସୁରକ୍ଷାର ଗୁରୁତ୍ୱ ବିଷୟରେ ସଚେତନ ହୋଇଥିଲେ ।

-0-

ରୋଜାଲିନ୍ ସାହୁ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *