ଯାଜପୁର ଜିଲ୍ଲାରେ ୯୦ ଦିନିଆ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ।

ଯାଜପୁର, ୧୫/୦୭/୨୦୨୫ (ଓଡ଼ିଶା ସମାଚାର)- ଜାତୀୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଯାଜପୁର ଏବଂ ତାଲୁକ୍ ଆଇନ ସେବା ସମିତି ଯାଜପୁର ରୋଡ ଓ ଚଣ୍ଡିଖୋଲରେ ଏକ ୯୦ ଦିନିଆ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ଅଦାଲତରେ ବିଚାରାଧୀନ ବୈବାହିକ ବିବାଦ, ଘରୋଇ ହିଂସା, ଚେକ୍ ବାଉନ୍ସ, ବାଣିଜ୍ୟିକ ବିବାଦ, ସର୍ଭିସ୍ ମ୍ୟାଟର, କ୍ରିମିନାଲ କମ୍ପାଉଡେବଲ, ଖାଉଟି ବିବାଦ, ଡେବଟ୍ ରିକଭରି, ପାର୍ଟିସନ୍ ଏଭିକ୍ସନ୍, ଜମି ଅଧିଗ୍ରହଣ, ଅନ୍ୟାନ୍ୟ ଉପଯୋଗୀ ଦେୱାନୀ ମାମଲାର ଆପୋଷ ସହମତି ଭିତ୍ତିରେ ସମାଧାନ କରାଯିବ। ଏହି ଅଭିଯାନ ଆସନ୍ତା ଅକ୍ଟୋବର ମାସ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଅଭିଯାନରେ ଅଂଶଗ୍ରହଣ କରି ଉପରୋକ୍ତ ମାମଲା ଗୁଡ଼ିକର ତ୍ଵରିତ ସମାଧାନ କରାଇନେବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ, ଯାଜପୁର ତରଫରୁ ଅନୁରୋଧ କରାଯାଇଛି।

 

Leave a Reply

Your email address will not be published. Required fields are marked *