ଜୁନାଗଡ଼, ୧୧/୦୩/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ ) – ସ୍ଥାନୀୟ ଆରଏମସି ସଭାଗୃହ ଠାରେ ଏକ ପ୍ରେସ ବାର୍ତା ମାଧ୍ୟମରେ ଜିଲ୍ଲା ପ୍ରଶାସନ ଙ୍କୁ ମନେପକାଇ ଦେଇଛି ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ।ଗତ ବର୍ଷ ମାର୍ଚ୍ଚ ୯ ତାରିଖ ଦିନ ସଚେତନ ସଂଗ୍ରାମ ସମିତି ଜୁନାଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ଦାବି ନେଇ ଆମରଣ ଅନଶନ ଆରମ୍ଭ କରି ଥିଲା । ଦାବି ଗୁଡ଼ିକ ଜୁନାଗଡ଼ ହସ୍ପିଟାଲ୍ କୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା , ଜୁନାଗଡ଼ ହସ୍ପିଟାଲ୍ ରେ ତୁରନ୍ତ ମେଡିସିନ ଓ ସର୍ଜରୀ ସ୍ପେଶଲିଷ୍ଟ ଦିଆଯାଉ, ଜୁନାଗଡ଼ ହସ୍ପିଟାଲ୍ ରେ ଥିବା ରକ୍ତ ଭଣ୍ଡାର କୁ କାର୍ଯ୍ୟ କରି କରାଯାଉ, ଏହିସବୁ ଦାବି ପୂରଣ ହେବା ଲାଗି ଜୁନାଗଡ଼ ର ସମସ୍ତ ଜନସାଧାରଣ ଆନ୍ଦୋଳନ କୁ ସମର୍ଥନ ଜଣାଇଥିଲେ। ପ୍ରଶାସନର ବାରମ୍ବାର ଅନୁରୋଧ ପରେ ୧୨ ମାର୍ଚ୍ଚ ରେ ସଚେତନ ସଂଗ୍ରାମ ସମିତି ଜୁନାଗଡ଼ କୁ ୧୫ ଦିନ ସମୟ ଭିତରେ ସମସ୍ତ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇ ଥିଲେ । ବର୍ତ୍ତମାନ ଏକ ବର୍ଷ ବିତିଯାଇଥିଲେ ବି ପ୍ରଶାସନ ତରଫରୁ କୋଣସି ସମାଧାନ ହୋଇ ପାରିଲା ନାହିଁ । ଏଥି ମଧ୍ୟ ରେ ଜିଲ୍ଲା ପାଳ, ସିଡିଏମଓ ତଥା ଭୁବନେଶ୍ୱର ଯାଇ ସ୍ୱାସ୍ଥ୍ୟ ସଚିବ କୁ ମଧ୍ୟ ସମିତି ପକ୍ଷରୁ ଦାବିପତ୍ର ଦିଆଯାଇଛି କିନ୍ତୁ କୌଣସି ଫଳ ପ୍ରଦ ହେଲାନାହିଁ ।ରକ୍ତ ଭଣ୍ଡାର ପାଇଁ ସମସ୍ତ ପ୍ରକାରର ସରଞ୍ଜାମ ଉପସ୍ଥିତ ଥିଲେ ମଧ୍ୟ ସାମାନ୍ୟ ଲାଇସେନ୍ସ ଦୃଗ୍ସ ଇନ୍ସପେକ୍ଟର ଙ୍କର ଅବହେଳା ପାଇଁ ହେଇପାରିଲା ନାହିଁ। ଇତି ମଧ୍ୟରେ ଜୁନାଗଡ଼ ସହରରେ ଘରୋଇ ହସ୍ପିଟାଲ ଏହାର ସୁଯୋଗ ନେଇ ସାଧାରଣ ଜନତା ଙ୍କୁ ଶୋଷଣ କରୁଛନ୍ତି । ଲୋକେ ଘରୋଇ ହସ୍ପିଟାଲ ଯିବାପାଇଁ ବାଧ୍ୟ ହେଉଛନ୍ତି ଓ ଶୋଷଣ ହେଉଛନ୍ତି । ଲୋକଙ୍କର ବୃହତ ସ୍ୱାର୍ଥ କୁ ଆଖି ଆଗରେ ରଖି ସଚେତନ ସଂଗ୍ରାମ ସମିତି ଜୁନାଗଡ଼ ହସ୍ପିଟାଲବିଭିନ୍ନ ଦାବି ପୂରଣ ନହେଲେ ପୁନ ଆନ୍ଦୋଳନ ଆରମ୍ଭ କରିବ ବୋଲି ସରକାରଙ୍କୁ ଚରମ ଚେତାବନୀ ଦେଇଛନ୍ତି।