କଟକ ସଦର,୧୩/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଥିବା ଯୁବ ସାମ୍ବାଦିକ ରଶ୍ମି ରଞ୍ଜନ ମହାପାତ୍ର ଙ୍କ ନିକଟକୁ ସମବେଦନା ଓ ସହାୟତା ର ହାତ ଲମ୍ବିଛି।
ଏହି ଅବସରରେ ଆଜି ରବିବାର ଦିନ କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ଵିଷ୍ଣୁପ୍ରିୟା ସେବା ସମିତି’ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ମେଡିକାଲ ଯାଇ ଚିକିତ୍ସିତ ହେଉଥିବା ରଶ୍ମି ଙ୍କ ସ୍ୱାସ୍ଥ୍ୟ ଅଵସ୍ଥା ଦେଖିଵା ସହିତ ସହାୟତା ଯୋଗାଇ ଦେଇଥିବା ଜଣାପଡିଛି। ସେହିପରି କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା ମେଡିକାଲ ରେ ପହଞ୍ଚି ଥିବା ବେଳେ କଟକ ସଦର ର ବରିଷ୍ଠ କଂଗ୍ରେସ ନେତା ତଥା ଵ୍ଲକ କଂଗ୍ରେସ କମିଟି ର ପୂର୍ବତନ ସଭାପତି ରାମଚନ୍ଦ୍ର ଗୋଛାୟତ ମେଡିକାଲ ରେ ପହଞ୍ଚି ସହାୟତା ଯୋଗାଇ ଦେଇଥିବା ଜଣାପଡିଛି।
