କଟକ ସଦର, ୧୩/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କଟକ ମହାନଗର ନିଗମ ୫୮ ନମ୍ବର ୱାର୍ଡର ପ୍ରତାପନଗରୀ କୁଆଖାଇ ଧାକୁଲେଇ ପଠାରେ ଆଜି ରବିବାର ଦିନ ହିନ୍ଦୁସ୍ଥାନ ହେଲପିଙ୍ଗ୍ ହ୍ୟାଣ୍ଡସ୍ ଅର୍ଗାନାଇଜେସନ ପକ୍ଷରୁ ଏକକାଳୀନ ୧୦ ହଜାର ଚାରା ରୋପଣ କରାଯାଇଥିବା ଜଣାପଡିଛି।
ଏଥିରେ ମୂଖ୍ୟ ଅତିଥି ଭାବେ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଯୋଗ ଦେଇ ଜୀବନ ପାଇଁ ଗଛର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପରିଚାଳନା ରେ ସଂଗଠନ ର ପ୍ରତିଷ୍ଠାତା ବାସୁଦେବ ପାତ୍ର, ସଭାପତି ମାନସ ନାୟକ, ସଂପାଦକ ସୁମନ୍ତ ଶେଖର ସାହୁ, କୃଷ୍ଣ ପ୍ରସାଦ ସାହୂ,ତପନ ଜେନା ପ୍ରମୁଖ ସହାୟତା କରିଥିଲେ।
