ଜନ୍ମ ମାଟିରେ କର୍ମବୀର ଗୌରୀ ଶଙ୍କର ରାୟ ଙ୍କର ଜୟନ୍ତୀପାଳିତ

 ନିଶ୍ଚିନ୍ତକୋଇଲି, ୧୩/୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-   ଓଡ଼ିଆ ଭାଷା ଆନ୍ଦୋଳନର କର୍ଣ୍ଣଧାର ତଥା ପ୍ରଥମ ଓଡିଆ ଖବର କାଗଜ “ଉତ୍କଳ ଦୀପିକା” ର ପ୍ରତିଷ୍ଠାତା, ସାମ୍ବାଦିକତା ର ଜନକ କର୍ମବୀର ଗୌରୀଶଙ୍କର ରାୟଙ୍କ ଆଜି ହେଉଛି ୧୮୭ ତମ ଜନ୍ମ ଜୟନ୍ତୀ । ତାଙ୍କ ଜନ୍ମସ୍ଥାନ ଅସୁରେଶ୍ଵର ର ଦୀକ୍ଷିତପଡା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି କର୍ମବୀର ଙ୍କ ଜୟନ୍ତୀ ସମାରୋହ।

ଏହି ଅବସରରେ  ପୂର୍ବତନ ମନ୍ତ୍ରୀ  ପ୍ରତାପ ଜେନା ଏବଂ ତାଙ୍କ ସମର୍ଥକ ମାନଙ୍କ ସହିତ କର୍ମବୀର ଜନ୍ମମାଟି ଅସୁରେଶ୍ଵର ଠାରେ ,ପହଞ୍ଚି ଲୁଣାନଦୀ ବନ୍ଧ ପାର୍ଶ୍ଵରେ ଥିବା କର୍ମବୀର ଗୌରୀଶଙ୍କର ଉଦ୍ୟାନ ସ୍ଥିତ କର୍ମବୀର ଙ୍କର ପୂର୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ପରେ କର୍ମବୀର ଙ୍କ  ଜନ୍ମସ୍ଥାନ ଦିକ୍ଷୀତପଡା ଠାରେ, ନିଜେ କର୍ମବୀର ଗଢିଥିବା ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେଠାରେ ତାଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଓଡ଼ିଆ ଏବଂ ଓଡ଼ିଆ ଭାଷା ପ୍ରତି କର୍ମବୀର ଗୌରୀଶଙ୍କର ରାୟଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ ଶ୍ରୀ ଜେନା।

Leave a Reply

Your email address will not be published. Required fields are marked *