ସମାଜସେବୀ ସୁରେନ୍ଦ୍ର ବେହେରାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ

କଟକ ସଦର,୨୨/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଜଣାଶୁଣା ସମାଜସେବୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ,୪୨ ମୌଜା   ବରାଳ ସାଇ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ସୁରେନ୍ଦ୍ର ନାଥ ବେହେରାଙ୍କ ଆଜି ଶନିବାର ଦିନ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ବରାଳ ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବିଜେଡ଼ି ନେତା ଆରତ ରଞ୍ଜନ ବିଶ୍ୱାଳ, ବିଜେପି ନେତା ବିଜୟ କୁମାର ରାଉତରାୟ, ଇଂ ଅଶୋକ କୁମାର ବିଶ୍ବାଳ, ପୂର୍ବତନ ସରପଂଚ ତ୍ରିଲୋଚନ ଦଳାଇ, ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ସାମ୍ବାଦିକ ସୁକାନ୍ତ କୁମାର ବେଉରା, ସମିତି ସଭ୍ୟ ବିନୋଦ ବେହେରା, ସୁବାସ ଚନ୍ଦ୍ର ସାହୁ, ପ୍ରକାଶ ଚନ୍ଦ୍ର ଚୌଧୁରୀ, ରବିନ୍ଦ୍ର ନାଥ ବେଉରା, ପରମାନନ୍ଦ ଚୌଧୁରୀ,ଵିଶ୍ୱ ରଞ୍ଜନ ଜେନା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ସୁର ବେହେରା ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ। ପରିଚାଳନା ପୁତ୍ର ସୁନିଲ ବେହେରା,ଅନିଲ ବେହେରା, ସୁଶିଲ ବେହେରା ଙ୍କ ସମେତ ପରିବାର ର ସଦସ୍ୟ ମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *