ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ରେ  ଓଡ଼ିଶାରେ ନିବେଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୯/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମାଲେସିୟା ଓ ସିଙ୍ଗାପୁରରୁ ଆସିଥିବା ନିବେଶକମାନଙ୍କୁ ସ୍ୱାଗତ କରିଥିଲେ ।

ଏହି ଆଲୋଚନା ଚକ୍ରରେ ଭାରତରେ ଅବସ୍ଥାପିତ ମାଲେସିୟାର ହାଇ କମିଶନର ଡାଟୋ ମୁଜାଫର୍‌ ଶାହା ମୁସ୍ତଫା, ମାଲେସିୟାର ଆର୍ଥିକ ବ୍ୟାପାର ମନ୍ତ୍ରୀ ସୁଶ୍ରୀ ସମିଲା ପେରୁମଲ, ମାଲେସିୟା ବହିର୍ବାଣିଜ୍ୟ ପ୍ରୋତ୍ସାହନ ନିଗମର ଟ୍ରେଡ୍‌ କାଉନ୍‌ସେଲର ୱାନ୍‌ ଅହମଦ୍‌ ତାର୍ମିଜି ୱାନ୍‌ ଇର୍ଦିସ୍‌, ମାଲେସିୟା ନିବେଶ ଉନ୍ନୟନ କର୍ତ୍ତୃପକ୍ଷର ନିର୍ଦ୍ଦେଶକ ଶାର୍ଜି ହିଦାୟତ୍‌ ଅବ୍ଦ ସୁକର୍‌, ଭେନେଜୁଏଲାର ରାଷ୍ଟ୍ରଦୂତ ସୁଶ୍ରୀ କାପାୟା ରୋଦି୍ରଗୁଜ୍‌ ଗୋଞ୍ଜାଲେ, ନେପାଲର ରାଷ୍ଟ୍ରଦୂତ ଡ. ଶଙ୍କର ପ୍ରସାଦ ଶର୍ମା, ଜିମ୍ବାùୱ ର ରାଷ୍ଟ୍ରଦୂତ ସୁଶ୍ରୀ ଷ୍ଟେଲା ନୋମୋ, ସିଙ୍ଗାପୁରର କନ୍‌ସୁଲ ଜେନେରାଲ ମିଙ୍ଗ୍‌ ଫଙ୍ଗ୍‌ ଚେଙ୍ଗ୍‌, ଏସ୍‌ଆଇସିସିଆଇର ଅଧ୍ୟକ୍ଷ ମନୀଷ ତି୍ରପାଠୀ, ଗ୍ଲୋବାଲ ଫାଇନାନ୍ସ ସି ଟେକ୍‌ନୋଲୋଜି ନେଟ୍‌ୱାର୍କର ସିଇଓ ସ୍ୱପ୍ନେନ୍ଦୁ ମହାନ୍ତି, ପିଇପି ଇନୋଭେସନ୍‌ ଲିଃର ସହପ୍ରତିଷ୍ଠାତା ଏବଂ ସିଟିଓ ଅମ୍ଳାନ ସେନ୍‌, ମାର୍ବଲ ରକ୍ସ ଭିସିସି ଫଣ୍ଡର ନିର୍ଦ୍ଦେଶକ ମନୀଷ ତି୍ରପାଠୀ, ସେଣ୍ଟିଆ ଲିଃର ଉପଦେଷ୍ଟା ବିଭୂ ପ୍ରସାଦ ସ୍ୱାଇଁ, ଗ୍ରାମାଟିକ୍ସ ଏସ୍‌ଜି ଲିଃର ସିଇଓ ଡ. ଅଭିଜିତ ସନ୍‌ଭାଗ୍‌, ୟୁଟୁୟୁ ସିଷ୍ଟମ୍ସ ଲିଃର ସିଟିଓ ଡ. ରିତୁ ଜୈନ୍‌ ଗୌରବ ପ୍ରମୁଖ ବକ୍ତବ୍ୟ ରଖି ଓଡ଼ିଶାରେ ପୁଞ୍ଜିନିବେଶର ସମ୍ଭାବନା ଓ ଓଡ଼ିଶାର ସାମର୍ଥ୍ୟ ଉପରେ ଆଲୋଚନା କରିଥିଲେ ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଅତିଥିମାନଙ୍କୁ ସ୍ମାରକ ପ୍ରଦାନ କରିଥିଲେ । ଶେଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

-0-

ସଚ୍ଚିଦାନନ୍ଦ ବେହେରା,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *