ଯୁବ ସାମ୍ବାଦିକ ରଶ୍ମି ରଞ୍ଜନ ମହାପାତ୍ର ଦୂର୍ଘଟଣାରେ ଗୁରୁତର ଆହତ

 କଟକ ବଡ଼ ମେଡ଼ିକାଲରେ ପହଞ୍ଚିଲେ ସାମ୍ବାଦିକ  ଓ   ବିଧାୟକ

କଟକ ସଦର, ୧୦/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ଜନୈକ ଷ୍ଟାର ୱ।ନ୍ ଟିଭି ର ଯୁବ ସାମ୍ବାଦିକ ରଶ୍ମି ରଞ୍ଜନ ମହାପାତ୍ର ଆଜି ଗୁରୁବାର ଦିନ ଖଵର ସଂଗ୍ରହ କରିବାକୁ ଯାଉଥିବା ସମୟରେ ଦୂର୍ଘଟଣାର ଶୀକାର ହୋଇଥିଲେ। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ରଘୁନାଥପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତାଙ୍କର  ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଵାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ସାମ୍ବାଦିକ ଭୈରବ ସେଠୀ, ଚିତ୍ତରଞ୍ଜନ ବେହେରା, ସରାଫତ୍ ଅଲ୍ଲୀ, ଦେବେନ୍ଦ୍ର ସେଠୀ, ଶାରଦା ପ୍ରଶନ ସାମଲ ଙ୍କ ସମେତ ସମାଜସେବୀ ଶୁଭେନ୍ଦୁ ପଣ୍ଡା, ଚିତ୍ତରଞ୍ଜନ ମଲ୍ଲିକ ପ୍ରମୁଖ ବହୁ ବ୍ୟକ୍ତିବିଶେଷ   କଟକ ବଡ଼ ମେଡ଼ିକାଲରେ ପହଞ୍ଚିଛନ୍ତି। ଏହି ଖବର ପାଇ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମଧ୍ୟ  କଟକ ବଡ଼  ମେଡ଼ିକାଲ ରେ ପହଞ୍ଚି  ରଶ୍ମିଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୁପରିନଟେଣ୍ଡେଣ୍ଟ ଓ ଡାକ୍ତର ମାନଙ୍କ ସହିତ ଆଲୋଚନା କରିବା ସହିତ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ରଶ୍ମି ଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *