ନଦୀରେ ବୁଡି ନାବାଳକ ଙ୍କ ମୁତ୍ୟୁ

ନିଆଳୀ,୧୪/୬/୨୦୨୪ (ଓଡ଼ିଶା ସମାଚାର)-ନିଆଳୀ ବ୍ଲକ ଦ୍ଵୀପାଞ୍ଚଳ ଅଳତଳଙ୍ଗ ଦିଘି ର ବିପିନ କୁମାର ଜେନା ଙ୍କ ପୁଅ ବିଶ୍ୱଜିତ ଜେନା ବୟସ (୧୫) କ୍ଲାସ ନବମ ରେ ପଢ଼ୁଥିବା ବେଳେ ସଜବାଜ ଦିନ ଅପରାହ୍ନ ରେ ସାଙ୍ଗ ମାନଙ୍କ ସହ ଖେଳିବାକୁ ଯାଇ ଦେବୀ ନନ୍ଦୀ ରେ ଗାଧେଇ ଥିଲେ । ସାଙ୍ଗ ମାନଙ୍କ କହିବା ମୁତାବକ ସେ ଗାଧଉଥିବା ବେଳେ ପାଣି ରେ ବୁଡ଼ିଯାଇଥିଲେ । ପରେ କଟକ ଓଡ୍ରାଫ ଟିମ ଏବଂ ନିଆଳୀ ପୋଲିସ ଖୋଜାଖୋଜି କରିଥିଲେ । ଆଜି ସକାଳ ୧୧ଟା ସମୟରେ ବିଶ୍ୱଜିତ କୁ ଉଦ୍ଧାର କରି ତାକୁ କଟକ ମେଡିକାଲ ନିଆ ଯାଇଥିଲା । ଡାକ୍ତର ତାକୁ ମୁତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଗାଁ କୁ ଆଣିଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି । ଏହାର ତଦନ୍ତ କରାଗଲେ ପ୍ରକୃତ ତଥ୍ୟ  ଜଣା ପଡିବ ବୋଲି ପରିବାର ଲୋକେ. କହିଛନ୍ତି । ଗାଁ ରେ ଶୋକ ର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *