୬ବର୍ଷ ର ଶିଶୁ କନ୍ୟା ବଳାତ୍କାର ଘଟଣା ର  ମୁଖ୍ୟ ଅଭିଯୁକ୍ତ ସମ୍ପର୍କୀୟ ମାମୁଁ ଗିରଫ   

ଲକ୍ଷ୍ମୀପୁର ୦୯/୦୭/୨୫(ଓଡିଶା ସମାଚାର /ପ୍ରମୋଦ ଜେନା)- ୬ ବର୍ଷର ଶିଶୁ କନ୍ୟା କୁ ବଳାତ୍କାର ଘଟଣା ରେ ବନ୍ଧୁଗାଁ ପୋଲିସ ଅଭିଯୁକ୍ତ ସମ୍ପର୍କୀୟ ମାମୁଁ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।ଶିଶୁ କନ୍ୟା ର ଅବସ୍ଥା ସଙ୍ଗିନ ଥିବାରୁ ପୋଲିସ ପରିବାର ବର୍ଗ ଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ଡାକ୍ତରଖାନା କୁ ପଠେଇଲେ। ପୀଡିତା ର ପିତା ଗତକାଲି ରାତିରେ ମାମଲା ରୁଜୁ କରିବା ପରେ ପୋଲିସ ରାତିରେ ଅଭିଯୁକ୍ତ କୁ ଉଠେଇ ଆଣି ପଚରା ଉଚୁରା କରିବା ପରେ ବଳାତ୍କାର କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା । ବନ୍ଧୁଗାଁ ଥାନା କେସ୍ ୭୫/୨୫ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

ସୁଚନା ଥାଉ କି ୭ ତାରିଖ ଦିନ ବନ୍ଧୁଗାଁ ଥାନା କାନାଗାଁ ପଂଚାୟତ ଅନ୍ତର୍ଗତ ସାନ ମାଥୁର ଗାଁ ର ଏହି ଲଜ୍ୟା ଘଟଣା ଘଟିଥିଲା ।ପୀଡିତା ଶିଶୁ କନ୍ୟା ପିତାମାତା ସହ ବିଲକୁ ଚାଷ ପାଇଁ ଯାଇଥିଲେ ।ପିତାମାତା ଛୋଟ ଶିଶୁ କୁ ବିଲ ନିକଟ କୁଡ଼ିଆରେ ଛାଡି ଚାଷ କରୁଥିବା ବେଳେ ସେହି ଗାଁ ର ଯୁବକ ବେଙ୍କା ପିଡି (୩୦) ଶିଶୁ କନ୍ୟାକୁ ଉଠେଇ ନେଇ ଚକଲେଟ ଦେଇ ବଳାତ୍କାର କରିଥିଲା ।ଏ ଖବର ଜଣା ପଡିବା ପରେ ଗାଁ ଲୋକ ହାବୁଡରେ ପଡି ମାଡ଼ ଖାଇଥିଲେ ।ପରିବାର ଲୋକେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ବଳାତ୍କାର ହୋଇଥିବା ବେଳେ ପ୍ରାଇଭେଟ୍ ପାର୍ଟ ରେ ଗଭୀର ଆଘାତ ହୋଇ ରକ୍ତସ୍ରାବ ହେଉଥିବାରୁ ଚିକିତ୍ସା କରିଥିବା ଡାକ୍ତର ପୋଲିସ କୁ ଯାଇ ଅଭିଯୋଗ କରିବାକୁ କହିଥିଲେ ।ପରେ ପରିବାର ଲୋକ ଅତି ଗରୀବ ଶ୍ରେଣୀର ଆଦିବାସୀ ପରିବାରର ହୋଇଥିବା ବେଳେ ବଳାତ୍କାର କରିଥିବା ଯୁବକ ସମ୍ପର୍କୀୟ ହୋଇଥିବାରୁ ଲୋଲଜ୍ୟା ପଦାକୁ ନ ଆସୁ ଆପୋଷ ବୁଝାମଣା କରା ଘଟଣା କୁ ଚାପି ଦେବାକୁ ପରିବାର ବର୍ଗ ଉପରେ ଚାପ ପକେଇଥିଲେ । କିନ୍ତୁ ଘଟଣା ଅତି ସଙ୍ଗୀନ ଥିବାରୁ ପରିବାର ତଥା ପୀଡିତା ର ପିତା ଲିଖିତ ଅଭିଯୋଗ ପରେ ଆସାମୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ୍ଧୁଗାଁ ପୋଲିସ ।ଯାହା ବନ୍ଧୁଗାଁ ବ୍ଲକ ରେ ଚର୍ଚା ର‌ ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *