ଭୁବନ , ୦୯/୦୭/୨୦୨୫ (ଓଡ଼ିଶା ସମାଚାର)- ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୭୬ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ କ୍ଷୟ ହିଁ ଜଳବାୟୁ ପରିବର୍ତ୍ତନ ଓ ସୁନାମି ର ମୁଖ୍ୟ କାରଣ । ବର୍ଷା ଦିନେ ବର୍ଷା ନ ହେବା ଅନ୍ୟତମ ପ୍ରମୁଖ କାରଣ ।
ଏଥି ପାଇଁ ଆମ୍ଭ ଙ୍କୁ ପର୍ଯ୍ୟାପ୍ତ ବୃକ୍ଷ ରୋପଣ କରି ସମ୍ଭାବ୍ୟ ବିପଦରୁ ସାରା ବିଶ୍ବ କୁ ରକ୍ଷା କରିବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ନନ୍ଦ କିଶୋର ସାହୁ,ସମ୍ପାଦକ ସମୀର କୁମାର ସାହୁ ଓ ଭୁବନ ବନପାଳ ଯୋଗଦେଇ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଗହଣରେ ସାମୁହିକ ବୃକ୍ଷ ରୋପଣ କରିଥିଲେ ।
