ଜିଲ୍ଲା ପ୍ରଶାସନ ତରଫରୁ ୧୦୭ ଓ ୧୧୦ ଦଫାରେ ଶାନ୍ତିଶୃଙ୍ଖଳା ଭଙ୍ଗ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଜଗତସିଂହପୁର ୧୯/୦୫/୨୦୨୪ (ଓଡ଼ିଶା ସମାଚାର)– ସି ଆର୍ ପି ସି ୧୧୦ ଧାରାକୁ କଡାକଡି ଭାବେ ପ୍ରତି ତହସିଲ ଅଞ୍ଚଳରେ ଥିବା ଅଭ୍ୟାସ ଗତ ବିଶୃଙ୍ଖଳାକାରୀଙ୍କୁ ପୋଲିସ ରିପୋର୍ଟ ଆଧାରରେ ଚିହ୍ନଟ କରାଯାଇଛି। ସେମାନଙ୍କ ଠାରୁ ୧ ଲକ୍ଷ ଟଙ୍କା ବନ୍ଧକ ରଖିବା ସହିତ ବେଲବଣ୍ଡର ଚୁକ୍ତିନାମା କରାଯାଇଛି। ଜାନୁଆରୀ ୧,୨୦୨୪ ରିଖ ଠାରୁ ଅଦ୍ୟାବଧି ସମଗ୍ର ଜିଲ୍ଲାରେ   ୪୨୬ ଜଣଙ୍କୁ ୧୧୦ ମାମଲାରେ କେସ ରୁଜୁ କରାଯାଇ ଚୁକ୍ତିନାମା ସମ୍ପାଦନ କରାଯାଇଅଛି। ସେମାନଙ୍କ ମଧ୍ୟରୁ କିଛି ଆଇନ ଉଲ୍ଲଙ୍ଘନକାରିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଯଥା ସେମାନଙ୍କ ବନ୍ଧକ ଟଙ୍କାକୁ  ବ୍ୟାଜାପ୍ତ କରାଯାଇଅଛି।୩୪ ଜଣ ଆଇନ ଉଲଂଘନକାରିଙ୍କ ଠାରୁ ଜମି ବନ୍ଧକ ସମ୍ପତ୍ତି  ବ୍ୟାଜ୍ୟାପ୍ତ କରାଯାଇଅଛି। ତତ୍ ସହିତ ଆରେଷ୍ଟ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି। ବିରିଡ଼ି ତହସିଲ ଅଞ୍ଚଳରେ ତହସିଲଦାର ଚରମ ପଦକ୍ଷେପ ସ୍ୱରୂପ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ବାଲିକୁଦା ତହସିଲରେ ୮ଟି କେସ ରୁଜୁ କରାଯାଇଅଛି। ସେହି କେସର ଶୁଣାଣି ତା ୨୧-୦୫-୨୪ ରେ ନିର୍ଦ୍ଧାରଣ କରାଯାଇଛି। ନାଉଗାଁ ତହସିଲ ରେ ୪ଟି କେସ, ରଘନାଥପୁର ତହସିଲରେ ୧ଟି, କୁଜଙ୍ଗ ରେ ୬ଟି କେସ, ଏରସମା ତହସିଲରେ ୫ଟି, ତିର୍ତ୍ତୋଲ ରେ ୧ଟି କେସ ଏବଂ ଉପଜିଲ୍ଲାପାଳଙ୍କ ପକ୍ଷରୁ ୭ଟି କେସ ରୁଜୁ କରାଯାଇଅଛି ବୋଲି ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *