କଟକ ସଦର,୦୯/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଦେଶ କଂଗ୍ରେସ କମିଟି ର ସୁପାରିଶ କ୍ରମେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ କଟକ ସଦର ବ୍ଲକ କଂଗ୍ରେସ କମିଟି ର ପୂର୍ବତନ ସଭାପତି ପ୍ରତାପ ମଲ୍ଲିକ ଙ୍କୁ କଟକ ଜିଲ୍ଲା ଅନୁସୂଚିତ ଜାତି ବିଭାଗ ର ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ପ୍ରେସ୍ ରିଲିଜ ରୁ ଜଣାପଡିଛି।
ଜଣେ ଦକ୍ଷ ସଂଗଠକ ଭାବେ ପ୍ରତାପଙ୍କର ପ୍ରଦେଶ କଂଗ୍ରେସ କମିଟି ରେ ଭଲ ସୁନାମ ରହିଥିବା ରୁ ତାଙ୍କ ଉପରେ ଭରସା କରି ଏଭଳି ଗୁରୁଦାୟିତ୍ଵ ଦିଆଯାଇଥିବା ଜଣାଯାଇଛି। ଏହା ଜଣାପଡିବା ପରେ କଂଗ୍ରେସ ମହଲରେ ଖୁସି ର ଲହରୀ ଖେଳିଯାଇଥିଵା ବେଳେ ପ୍ରତାପଙ୍କ ନିକଟକୁ ଅଭିନନ୍ଦନ ର ସୁଅ ଛୁଟିଛି।
