ପୁଷ୍ପଲତା ବ୍ଲକ, ମାନିନୀ ଏନ୍ ଏ ସି ମହିଳା ବିଜେଡି ସଭାନେତ୍ରୀ

ଭୁବନ ୨୬/୦୪/୨୦୨୬ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ସୁପ୍ରିମୋ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଶ୍ରୀମତୀ ପୁଷ୍ପଲତା ରାଉତ ( ପୁଷ୍ପା ) ଙ୍କୁ ଭୁବନ ବ୍ଲକ ଏବଂ ଏନ୍ ଏ ସି ଉପାଧ୍ୟକ୍ଷା ଶ୍ରୀମତୀ ମାନିନୀ ସାହୁ ( ମାନି ) ଙ୍କୁ ଭୁବନ ନଗର ମହିଳା ବିଜେଡି ସଭାପତି ଭାବେ ବିଜୁ ମହିଳା ଜନତା ଦଳ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଦାୟିତ୍ୱ ଅର୍ପଣ କରିଥିବାରୁ ବିଜେଡି ମହଲରେ ଅତ୍ୟନ୍ତ ଖୁସି ଓ ଆନନ୍ଦର ଲହରୀ ଖେଳି ଯାଇଛି । ଶ୍ରୀମତୀ ପୁଷ୍ପଲତା ରାଉତ ଦୀର୍ଘଦିନ ହେଲା ବିଜୁ ଜନତା ଦଳରେ ନିଷ୍ଠାର ସହ କାର୍ଯ୍ୟ କରିବା ପରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳ ତରଫରୁ ତାଙ୍କୁ ସୁରପ୍ରତାପପୁର ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ କରାଯାଇଥିଲା ।

ପଞ୍ଚାୟତ ସମିତି ଦଖଲ ପାଇଁ ସମିତି ସଭ୍ୟ ଙ୍କୁ ନିର୍ବାଚିତ କରାଇ ଶ୍ରୀମତୀ ରାଉତ ସ୍ୱଳ୍ପ ଭୋଟରେ ହାରିଯାଇଥିଲେ । ଏହାପରେ ଦଳ ତରଫରୁ ଶ୍ରୀମତୀ ରାଉତ ଙ୍କୁ ଭୁବନ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଭାବେ ଦାୟିତ୍ଵ ଅର୍ପଣ କରାଯାଇଥିଲା । ଜଣେ ନିର୍ବିବାଦୀୟ,ନିଷ୍କଳଙ୍କ ଏବଂ ଜଣେ ଦୃଢ଼ ସଂଗଠକ ଭାବେ ପରିଚିତ ଶ୍ରୀମତୀ ରାଉତ ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି ଓ ସୁରପ୍ରତାପପୁର ସେବା ସମବାୟ ସମିତିର ସଭାନେତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ପୁଷ୍ପଲତା ଙ୍କୁ ଦ୍ଵିତୀୟ ଥର ପାଇଁ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଭାବେ ଦାୟିତ୍ଵ ଦିଆଯାଇଥିବାରୁ ତାଙ୍କ ନେତୃତ୍ଵରେ ବିଜେଡି ମହିଳା ସଂଗଠନ ସୁଦୃଢ଼ ହେବା ସହିତ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସଫଳତା ହାସଲ କରିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

ଭୁବନ ଏନ୍ ଏ ସି ର ସର୍ବାଧିକ ଭୋଟରେ ବିଜୟୀ ହୋଇ ନିଜ ଲୋକପ୍ରିୟତାର ପ୍ରମାଣ ଦେଇ ଉପାଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିବା ଶ୍ରୀମତୀ ମାନିନୀ ସାହୁ ଙ୍କୁ ନଗର ସଭାନେତ୍ରୀ ଭାବେ ଦାୟିତ୍ଵ ଅର୍ପଣ କରାଯାଇଥିବାରୁ ବିଜେଡ଼ି ମହଲରେ ଆନନ୍ଦ ପ୍ରକାଶ ପାଇଛି। ଉଭୟ ନେତ୍ରୀ ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ନଗର ପାଳ ଶୁଭେନ୍ଦୁ କୁମାର ସାହୁ,ଜିଲ୍ଲା ସଭାପତି ଡା. ନୃସିଂହ ଚରଣ ସାହୁ,କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ ଙ୍କ ସମେତ ଜିଲ୍ଲା ପଦାଧିକାରୀ ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକ,ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପୁଷ୍ପା ଏବଂ ମାନି ଉଭୟ ବେଶ୍ ଦକ୍ଷ ,ଦୃଢ଼ ସଂଗଠିକା ଏବଂ ଅଭିଜ୍ଞ ନେତ୍ରୀ ଭାବେ ପରିଚିତ। ସେମାନଙ୍କ ଜରିଆରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୁ ଜନତା ଦଳ ସଫଳତା ହାସଲ କରିବ ବୋଲି ଦଳୀୟ ଏବଂ ରାଜନୈତିକ ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *