ମଠକରଗୋଳା ରେ ବିଜେଡି ର ମିଶ୍ରଣ ପର୍ବ

ଭୁବନ ୨୯/୦୪/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ରେ ବିଜେଡି ର ଏକ ପଂଚାୟତ ସ୍ତରୀୟ କର୍ମୀ ସମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।   ବ୍ଲକ ବିଜେଡି ସଭାପତି    ରମେଶ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ଉପସ୍ଥିତି ରେ ବିଜେପି ଏବଂ କଂଗ୍ରେସ ଦଳର  ମାନସ ମିଶ୍ର,ଶାନ୍ତନୁ ନାୟକ, ଜନତା ନାୟକ,ରାଜେନ୍ଦ୍ର ନାୟକ,ସିବୁଁ ଲେଙ୍କା,ବୁଲୁ ସ୍ୱାଇଁ,ସମା ସ୍ୱାଇଁ,ବିଚିତ୍ର ବରାଳ,ତ୍ରିନାଥ ନାୟକ,ସୁନିଲ ସ୍ୱାଇଁ, ଗଗନ ସ୍ୱାଇଁ ,ବିକାଶ ଦାସ,ନିହାର ମହାନ୍ତି,ସୁମନ୍ତ ସାହୁ ପ୍ରମୁଖ ୪୫ ଜଣ ଆଗଧାଡିର କର୍ମକର୍ତ୍ତା ଦଳରେ ସାମିଲ ହୋଇଥିଲେ ।  ଏହି କାର୍ଯ୍ୟକ୍ରମ   କୁ ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କ ର ନିର୍ଦେଶକ ତଥା ମଠକରଗୋଳା ଗ୍ରାମର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ବେହେରା ସଂଚାଳନ କରି ବିଗତ ଦିନରେ ମଠକରଗୋଳା ମହାବିଦ୍ୟାଳୟ ଛାତ୍ରୀ ନିବାସ ଏବଂ ମୋ କଲେଜ ଅଭିଯାନ ଦ୍ଵାରା ନୂତନ ଶ୍ରେଣୀ ଗୃହ,ଲାଇବ୍ରେରୀ, ଲବୋରେଟରି,୫- ଟି ଅଧୀନରେ ମଠକରଗୋଲା ହାଇସ୍କୁଲ ର ରୂପାନ୍ତରଣ,ମଠ କରଗୋଲା – ଜିରାଳ ରାସ୍ତାର ଉନ୍ନତି କରଣ,ସ୍ବାସ୍ଥ୍ୟ କେନ୍ଦ୍ର ରେ ୪ ଜଣ ନୂତନ ଡାକ୍ତର ନିଯୁକ୍ତି,ପାରିଜାତ ରଙ୍ଗମଞ୍ଚ ପୁନରୁଦ୍ଧାର,ପଞ୍ଚାୟତ ର ସମସ୍ତ ମଠ ମନ୍ଦିର ମରାମତି ହୋଇଥିବା ଦର୍ଶାଇଥିଲେ । ବିକାଶ ପାଇଁ ବିଜେଡି କୁ ଭୋଟ ଦେବାକୁ ନିବେଦନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ମଠକର ଗୋଳା, ବାଲିସାହି , ଟାଙ୍ଗରପଡା ,ମୁକ୍ତାପଶି ର ବୁଦ୍ଧିଜୀବୀ , ସାମାଜିକ  ଅନୁଷ୍ଠାନ କର୍ମକର୍ତା ଏବଂ ନିର୍ମାଣ ଶ୍ରମିକ ମାନେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀଙ୍କ ବିଗତ  ଦିନର  ବିକାଶ ମୂଳକ କାର୍ଯ୍ୟପାଇଁ  ଧନ୍ୟବାଦ ଦେବାସହ ମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରି କିପରି ପଂଚାୟତ ରୁ ବହୁ ଭୋଟ ରେ ବିଜୟୀ ହେବେ ସେଥିପାଇଁ କାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *