ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ପକ୍ଷରୁ ସେବା କାର୍ଯ୍ୟ

ନିଶ୍ଚିନ୍ତକୋଇଲି,୩୦/୦୬/୨୦୨୬( ଓଡିଶା ସମାଚାର / ଅଭୟ ଜେନା)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସ୍ଥିତ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅଚ୍ୟୁତାନନ୍ଦ ଙ୍କ ସ୍ନାନ ପୁର୍ଣିମା ଯାତ୍ରା ଉପଲକ୍ଷେ ଦିବସ ବ୍ୟାପୀ ବିଭିନ୍ନ ସେବାମୂଳକ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଭାରତୀୟ ରେଡ଼କ୍ରସ ସୋସାଇଟି ରାଜ୍ୟ ଶାଖା ଆନୁକୂଲ୍ୟରେ ମହାବିଦ୍ୟାଳୟର ୱା ଆର ସି (ୟୁଥ୍ ରେଡ଼କ୍ରସ) ସଂଗଠନ ତତ୍ୱାବଧାନ ରେ ଛାତ୍ର  ମାନେ ପାନୀୟ ଜଳ ବଣ୍ଟନ କରିବାସହ ସ୍ୱାସ୍ଥ୍ୟ ସେବା ଓ ସଫେଇ କାର୍ଯ୍ୟ ସମ୍ପାଦନ କରିଥିଲେ ।

କାର୍ଯ୍ୟକ୍ରମ କୁ କଟକ ଜିଲ୍ଲା ୱାଇ ଆର ସି (ୟୁଥ୍ ରେଡ଼କ୍ରସ) କନଭେନର ସେକ୍ରେଟାରୀ ଡ଼. ସସ୍ମିତା ପଟ୍ଟନାୟକ,ଜିଲ୍ଲାସଂଯୋଜକ ପ୍ରଫେସର ଅକ୍ଷୟ କୁମାର ମହାନ୍ତି,ମହାବିଦ୍ୟାଳୟ ଅଧ୍ୟକ୍ଷ ଶଙ୍କର ପ୍ରସାଦ ନାୟକ, ମହାବିଦ୍ୟାଳୟ ୱାଇ ଆର ସି ସଂଯୋଜକ ଅଧ୍ୟାପକ ଡ଼. ଚିତ୍ତରଞ୍ଜନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ କଟକ ଜିଲ୍ଲାର ବିଭିନ୍ନ କଲେଜ ର ଛାତ୍ର ମାନେଏଥିରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କୁ ୱାଇଆରସି  ଟି ସାର୍ଟ, ଟୋପି ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା  ।

Leave a Reply

Your email address will not be published. Required fields are marked *