ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଦିବସ ୨୦୨୫ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

ଜଗତସିଂହପୁର, ୦୯/୦୭/୨୦୨୫ (ଓଡ଼ିଶା ସମାଚାର)-  ଆଜି ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସ୍ଵନକ୍ଷତ୍ର ଦିବସ ୨୦୨୫ ପାଳନ ଉପଲକ୍ଷେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୪ ଗୋଟି ବିଭାଗ ଯଥା: ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ଦୁଇଗୋଟି ବିଭାଗ ଯଥା: କନିଷ୍ଠ ବର୍ଗ (‘କ’) ଓ ବରିଷ୍ଠ ବର୍ଗ (‘ଖ’) ରେ ଅନୁଷ୍ଠିତ ହୋଇଥିଲା।

‘କ’ ବିଭାଗରେ ଅଟଳ ବଳଦେବ ଉଚ୍ଚ ବିଦ୍ୟାଳୟ, ପଳାଶୋଳର ସପ୍ତମ ଶ୍ରେଣୀ ଛାତ୍ର ଆଶିଷ ଷଢଙ୍ଗୀ ବକ୍ତୃତାରେ, ଅଟଳ ବଳଦେବ ଉଚ୍ଚ ବିଦ୍ୟାଳୟ, ପଳାଶୋଳର ସପ୍ତମ ଶ୍ରେଣୀ ଛାତ୍ରୀ ମଧୁସ୍ମିତା ପାଣି ପ୍ରବନ୍ଧରେ , ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଖେରସର ଷଷ୍ଠ ଶ୍ରେଣୀର ଛାତ୍ରୀ ଅନିନ୍ଦିତା ସାହୁ କବିତା ଆବୃତ୍ତିରେ, ଓଡିଶା ଆଦର୍ଶ ବିଦ୍ୟାଳୟ, କୋରକେରା ,ରଘୁନାଥପୁରର ସପ୍ତମ ଶ୍ରେଣୀର ଛାତ୍ର ବୈଦ୍ୟନାଥ ସେନାପତି ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ‘ଖ’ ବିଭାଗରେ  ଓଡିଶା ଆଦର୍ଶ ବିଦ୍ୟାଳୟ, କୋରକେରା  ,ରଘୁନାଥପୁରର  ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରାଚୀ ମିଶ୍ର ବକ୍ତୃତାରେ, ଓଡିଶା ଆଦର୍ଶ ବିଦ୍ୟାଳୟ, କୋରକେରା ,ରଘୁନାଥପୁରର ନବମ ଶ୍ରେଣୀର ଛାତ୍ରୀ ସ୍ଵପ୍ନାଶ୍ରୀ ସାମଲ ପ୍ରବନ୍ଧରେ, କେନ୍ଦ୍ରୀୟ ବିଦ୍ୟାଳୟ, ଜଗତସିଂହପୁରର ଦଶମ ଶ୍ରେଣୀର ଛାତ୍ରୀ ଦୀପଶିଖା ମିଶ୍ର କବିତା ଆବୃତ୍ତିରେ, ସରକାରୀ ଉଚ୍ଚ ବିଦ୍ୟାଳୟ, ନାଉଗାଁ ହାଟର ଦଶମ ଶ୍ରେଣୀର ଛାତ୍ରୀ ଗାୟତ୍ରୀ ପୋଲାଇ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ଆସନ୍ତା ତା.୧୩.୦୭.୨୦୨୫ରିଖ  ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ତା.୨୦.୦୭.୨୦୨୫ରିଖ ଦିନ ଦିବା ୧୦ ଘଟିକା ସମୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଠାରେ ଏକତ୍ରିତ ହେବା ସହ ପୁନଶ୍ଚ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଓଡିଶା ସାହିତ୍ୟ ଏକାଡ଼େମୀର ସ୍ଵନକ୍ଷତ୍ର ଦିବସ ତା.୨୫.୦୭.୨୦୨୫ରିଖ ଦିନ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ପ୍ରତିଯୋଗିତାରେ ଶ୍ରୀ ସୁକାନ୍ତ କୁମାର ରାୟ, ଶ୍ରୀ ନିକୁଞ୍ଜ କିଶୋର ବେହେରା, ଡଃ ଜ୍ୟୋତିର୍ମୟୀ ମହାନ୍ତି, ଶ୍ରୀ ନଗେନ ପଣ୍ଡା, ଶ୍ରୀ ବିଜୟ କୁମାର ରଥ, ଶ୍ରୀ ସାଗରମୟ ସ୍ଵାଇଁ, ଶ୍ରୀ ବିନାୟକ ଉପାଧ୍ୟାୟ, ଶ୍ରୀ ଉମାକାନ୍ତ ନାୟକ, ଶ୍ରୀ ଶରତ ଚନ୍ଦ୍ର ବାରିକ, ଶ୍ରୀ ପ୍ରତାପ କେଶରୀ ମହାପାତ୍ର ଓ ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତା ଶେଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।  ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଶ୍ରୀ ସମ୍ବିତ କୁମାର ରାଉତ ମୁଖ୍ୟ ଅତିଥି ଏବଂ ଶ୍ରୀକୃଷ୍ଣ ଏକାଡ଼େମୀର ପ୍ରଧାନ ଶିକ୍ଷକ ଶ୍ରୀ ରମାକାନ୍ତ ପତି ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

Leave a Reply

Your email address will not be published. Required fields are marked *