କଟକ ସଦର,୦୯/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା କିଶନନଗର କଲେଜରେ ସରକାର ଙ୍କ ପକ୍ଷରୁ ନୂଆ ଅଧ୍ୟକ୍ଷ ଭାବେ ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ସଂଜୀବ କୁମାର ପଟ୍ଟନାୟକ ଯୋଗଦାନ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
ପ୍ରାଧ୍ୟାପକ ସଂଜୀବ କୁମାର ପଟ୍ଟନାୟକ ବାରିପଦା ସୀମାନ୍ତ ମହାବିଦ୍ୟାଳୟ ରେ ପଦାର୍ଥ ବିଜ୍ଞାନ ପଢ଼ାଉଥିବା ବେଳେ ତାଙ୍କୁ ସେଠାରୁ ସରକାର ଵଦଳି କରି କିଶନନଗର କଲେଜରେ ଅଧ୍ୟାପକ ଦାୟିତ୍ଵ ଦେଇଥିବା ଜଣାପଡିଛି। ଜଣେ ଦକ୍ଷ ଅଧ୍ୟାପକ ଓ ପ୍ରାଧ୍ୟାପକ ଭାବେ ନୂଆ ଅଧ୍ୟକ୍ଷ ଙ୍କ ଠାରୁ ଛାତ୍ର ଛାତ୍ରୀ, ଅଭିଭାବକ ଅଭିଭାଵିକା ଙ୍କ ସହ ଜନସାଧାରଣ ବହୁତ କିଛି ଆଶା ରଖିଥିବା ଜଣାପଡିଛି।
