ଗରଦପୁର ବ୍ଲକ୍ ରେ ମାଟ୍ରିକ୍ ଟପର ହେଲେ ରାଜେସ କୁମାର

ଗରଦପୁର, ୨୬/୫/୨୦୨୪ (ଓଡ଼ିଶା ସମାଚାର)- ଆଜି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍ ହାର ରହିଛି ୯୬.୦୭ ପ୍ରତିଶତ। ଏଥର ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ କରିଛନ୍ତି। ଏଥିର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୩୯ ପ୍ରତିଶତ। ଏଣେ ଛାତ୍ରୀମାନଙ୍କ ପାସ୍ ହାର ହେଲା ୯୬.୭୩ ପ୍ରତିଶତ। ଚଳିତ ଥର ରାଜ୍ୟର ୨୬୪୪ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ତେବେ ଏଥର କୌଣସି ସ୍କୁଲରେ ଜିରୋ ରେଜଲ୍ଟ ହୋଇନାହିଁ।
ଗରଦପୁର ବ୍ଲକ ର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ତେଣ୍ଡାକୁଡା ଫଜଲହକ୍ ସରକାରୀ ହାଇସ୍କୁଲ ର ଛାତ୍ର ରାଜେଶ କୁମାର ନାୟକ ମୋଟ୍ ୬୦୦ ରୁ ୫୫୨ ନମ୍ବର ରଖି ଗରଦପୁର ବ୍ଲକ ରେ ଏକମାତ୍ର ଏ୧ ଗ୍ରେଡ଼୍ ପାଇଛନ୍ତି । ରାଜେସ କଟକ ସଦର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମହମ୍ମଦପୁର ଗ୍ରାମର ଯୁଧିଷ୍ଠିର ନାୟକ ଓ ମାତା ବିଜୟ ଲକ୍ଷ୍ମୀ ନାୟକ ଙ୍କର ପୁତ୍ର ଅଟନ୍ତି । ପିତା ଯୁଧିଷ୍ଠିର ଜଣେ ହ୍ୟାଣ୍ଡଲୁମ ବ୍ୟବସାୟୀ ଅଟନ୍ତି । ରାଜେଶ ଙ୍କର ଏହି ସଫଳତା ପାଇଁ ଫଜଲହକ୍ ସରକାରୀ ହାଇସ୍କୁଲ ର ମୋ ସ୍କୁଲ ଅଭିଯାନର ସଭାପତି ଡ଼ ଅମରେନ୍ଦ୍ରନାଥ ମହାନ୍ତି, ପୁରାତନ ଛାତ୍ର ସଂଗଠନର ସଭାପତି ଡ଼ ହଲିମ ଖାଁ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *