କଟକ ,୦୯/୦୭/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା) – ଦୀର୍ଘ ୨୪ ବର୍ଷ ଧରି ନିୟମିତ ପ୍ରକାଶିତ ହୋଇ ଆସୁଥିବା ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧାନେ”ର ରଥଯାତ୍ରା ସଂଖ୍ୟା କଟକ ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠ ପରିସରରେ ପରମ୍ପରା ମୁତାବକ ଏକକ ଅତିଥିଙ୍କ ଦ୍ୱାରା ଲୋକାର୍ପଣ ହୋଇଯାଇଛି । କଟକ ଜିଲ୍ଲା ଶିକ୍ଷlଧିକାରୀ ଡଃ.ସନ୍ତୋଷ କୁମାର ରାଉତ ଏକକ ଅତିଥି ଭାବେ ଯୋଗ ଦେଇ ପତ୍ରିକାକୁ ଉନ୍ମୋଚନ କରିବା ସହିତ ପ୍ରତି ପରିବାରରେ ଆଧ୍ୟାତ୍ମିକ ପତ୍ରିକା ଟିଏ ପହଁଚିଲେ ପରିବାରରେ ସଂସ୍କାର ବୃଦ୍ଧି ପାଇବ ବୋଲି ମତ ଦେଇଥିଲେ ।
ପତ୍ରିକାର ମୁଖ୍ୟ ସମ୍ପାଦକ ଶିକ୍ଷାବିତ୍ ଡଃ.ଶରତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସଦର ଥାନାଞ୍ଚଳ ଶାନ୍ତି କମିଟିର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର,କଟକ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ରମେଶ ଚନ୍ଦ୍ର ପ୍ରଧାନ,ଡାକ୍ତର ଅରବିନ୍ଦ ନନ୍ଦ,ସାମ୍ବାଦିକ ପ୍ରତାପ କେଶରୀ ପାତ୍ର, ଅଜୟ କୁମାର ଦାଶ,କାନନ ବିହାରୀ ନାୟକ, ଗଜେନ୍ଦ୍ର ଦାସ,ସତ୍ୟରଞ୍ଜନ ଦାସ ମହାପାତ୍ର,ଆଦିତ୍ୟ ଛୋଟରାୟ,ରାଜକିଶୋର ବେହେରା, ବିଭୁତି ତରାଇ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ।
ପତ୍ରିକା ସମ୍ପାଦକ ଇଂ.ଶ୍ରୀ ସନ୍ନ୍ୟାସୀ ଜୀ ବେଦ ପାଠ କରିଥିବା ବେଳେ ପରିଚାଳନା ସମ୍ପାଦକ ଇଂ.ବିପ୍ଳବ ଦାସ ଅତିଥି ପରିଚୟ ଏବଂ ପ୍ରସାର ଅଧିକାରୀ ସୁଶ୍ରୀ ଆରତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
