ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ମିଳିଲା

ଭୁବନେଶ୍ୱର,୦୯/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ମିଳିଛି । ଜଗନ୍ନାଥ ପ୍ରଧାନଙ୍କ ସହ ଅନ୍ୟ  ସମସ୍ତ ୫ ଅଭିଯୁକ୍ତ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ ନିକଟରେ ଜାମିନ ଆବେଦନ  କରିଥିଲେ । ଜାମିନ ଆବେଦନ ଶୁଣାଣୀ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ଖୋର୍ଦ୍ଧା ଜିଲ୍ଲା ଓ  ଦୌରା ଜଜ୍‌ଙ୍କ ନିକଟରେ ସମସ୍ତେ ଆବେଦନ କରିଥିଲେ । ତେବେ   ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ମିଳିଛି। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି । ଏ ନେଇ ଜଗନ୍ନାଥ ପ୍ରଧାନଙ୍କ ଓକିଲ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *