ପାରଳା ଗଜପତି ବିକାଶ ମଂଚ ତରଫରୁ ୮୯ତମ ଉତ୍କଳଦିବସ ପାଳନ

ଭୁବନେଶ୍ୱର, ୦୧/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠନର ୮୮ତମ ବର୍ଷ ପୂର୍ତିି ଅବସରରେ ରାଜଧାନୀରେ ପ୍ରମୁଖ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପାରଳା ଗଜପତି ବିକାଶ ମଂଚ ତରଫରୁ ଭୁବନେଶ୍ୱରସ୍ଥିତ ଏ.ଜି ଛକ ଠାରେ ଥିବାମହାରାଜାଙ୍କ ପ୍ରତିମୂର୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ସମ୍ମିଳିତ ସ୍ୱରରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାୟନ କରାଯାଇଥିଲା । ମଂଚର ସମସ୍ତ ସଭ୍ୟ ଓ ସଭ୍ୟାଙ୍କ ଉପସ୍ଥିତିରେ ମଂଚର ଭାରପ୍ରାପ୍ତ ସଭାପତି ଶ୍ରୀ ଦିଗବିଜୟ ନାଥ ପାଢ଼ୀ ମହାରାଜାଙ୍କ ସ୍ମୃତି ଚାରଣକରିକହିଥିଲେ ଯେ, ମହାରାଜା ସମଗ୍ର ଓଡ଼ିଆ ଜାତି ପାଇଁ ଏକ ପ୍ରେରଣା ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଥିଲେ । ମହାରାଜାଙ୍କ ବିନା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କେବେବି ସମ୍ଭବପର ହୋଇନଥାନ୍ତା । ତେବେ ଅନେକ କାରଣରୁ ପାରଳା ତଥା ଗଜପତି ଜିଲାବାସୀ ଆଜି ଉପେକ୍ଷିତ ହୋଇରହିଥିବା ଅନେକ ଘଟଣାବଳୀରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ।ତେବେ ଆଗାମୀ ପିଢ଼ିଲାଗି ବିଦ୍ୟାଳୟ ପାଠ୍ୟକ୍ରମରେ ମହାରାଜାଙ୍କ ଜୀବନୀକୁ ସ୍ଥାନିତ କରାଗଲେ ଭବିଷ୍ୟତ ବଂଶଧର ପ୍ରେରିତ ହୋଇପାରନ୍ତେ ।ଏହି ଅବସରରେ ପାରଳା ଗଜପତି ବିକାଶ ମଂଚର ସମ୍ପାଦକ ରାଜକିଶୋର ପାଣିଗ୍ରାହୀ, ଯୁଗ୍ମସମ୍ପାଦକ ଉମାକାନ୍ତ ପାତ୍ର, କୋଷାଧ୍ୟକ୍ଷ ରୁଦ୍ର ପ୍ରସାଦ ନାୟକ, ପ୍ରଫେସର ରାମଚନ୍ଦ୍ର ମିଶ୍ର, ପ୍ରଶାନ୍ତ ପାଢ଼ୀ, କୈଳାସ ପାଣିଗ୍ରାହୀ, ସରିତ୍ରୀ ପଟ୍ଟନାୟକ, ସୁରେଶ ମହାରଣା, ସତ୍ୟନାରାୟଣ ଦାସ, କିଶୋରଚନ୍ଦ୍ର ପଟ୍ଟନାୟକ, ପ୍ରଦୀପ ପାଢ଼ୀ, ସ୍ୱାଧୀନ ପାଣିଗ୍ରାହୀ, ଗୌରଚନ୍ଦ୍ର ମହାପାତ୍ର, ଗଣେଶ ଜେନା, ହେମ ଜେନା, ଅନୁକା ଜେନା, ସୁଚିତ୍ରା ପାଢ଼ୀ, ପିତବାସ ସାହୁ ପ୍ରମୁଖ ସଂଖ୍ୟାଧିକ ସଦସ୍ୟ ମହାରାଜାଙ୍କ ପ୍ରତିମୂର୍ତି ନିକଟରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *