ଜାତୀୟ ସେବା ଯୋଜନାର ପ୍ରଶିକ୍ଷଣ ଶିବିର

ଭୁବନ, ୨୩/୯/୨୦୨୪ (ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ  ଦିଲ୍ଲୀପ କୁମାର ଦାସ ଅଧ୍ୟକ୍ଷତା କରି କହିଥିଲେ ପାଠପଢ଼ା ସଙ୍ଗେ ସଙ୍ଗେ କିଛି ସମାଜ ସେବାରେ ନିଜକୁ ନିୟୋଜିତ କରାଇଲେ ମାନବକୁ ଆତ୍ମତୃପ୍ରି ମିଳିଥାଏ ଓ ସମାଜର କଲ୍ୟାଣ ହୋଇଥାଏ । ପରିବେଶ   ରକ୍ଷା ପାଇଁ ବୃକ୍ଷ ରୋପଣ କରିବା ଜରୁରୀ । ଯେଉଁଭଳି ଭାବେ ଜଙ୍ଗଲକ୍ଷୟ ହେଉଛି ସେଥିପାଇଁ ଆଗାମୀ ଦିନରେ ଆମକୁ ଅମ୍ଳଜାନ କିଣିବାକୁ ପଡ଼ିବ । ଏଣୁ ପ୍ରତ୍ୟେକ ନାଗରିକ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବାକୁ ଆହ୍ବାନ ଦେଇଥିଲେ। ଅଧ୍ୟାପିକା ପ୍ରମିଳା କୁମାରୀ ଦାସ କହିଥିଲେ ଏନ ଏସ ଏସ ରେ ଯୋଗ ଦେଲେ ଛାତ୍ରୀମାନେ ସଚେତନ ହୋଇ ଦେଶର ଭବିଷ୍ୟତ ଗଢି ବିକାଶରେ ସହାୟକ ହୋଇ ପାରିବେ ।ବଟାନି  ଅଧ୍ୟାପକ ସଙ୍ଗୀତ କୁମାର ନନ୍ଦ କହିଥିଲେ ବୃକ୍ଷ ହିଁ ଜୀବନ,ତେଣୁ ସମସ୍ତେ ଗୋଟେ ଗୋଟେ ବୃକ୍ଷ ମା ପାଇଁ ରୋପଣ କରିବା । ପ୍ରୋଗ୍ରାମ ଅଫିସର ନିରଞ୍ଜନ ନାୟକ ସଭା ପରିଚାଳନା କରିଥିଲେ । ଏହି ଶିବିରରେ  ପଚାଶ ଜଣ ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ । ଏଥିରେ କର୍ମଚାରୀ ଲକ୍ଷ୍ମଣ ସାହୁ,ରଙ୍ଗଲତା ବେହେରା , ଲାଇବ୍ରେରୀଆନ୍ କୈଳାସ ଚନ୍ଦ୍ର ପାତ୍ର ଓ ଡେମୋନଷ୍ଟେଟର ଅମ୍ବୁଜ କୁମାର ସାହୁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *