କଟକ ସଦର ୦୫/୧୦/୨୦୨୬ (ଓଡିଶା ସମାଚାର /ବିଷ୍ଣୁ ବେହେରା): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଆସନ୍ତା ୮ ତାରିଖରେ ୪ ଗୋଟି ମୁଖ୍ୟ ଦାବିକୁ ନେଇ ଇଣ୍ଡି ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଟକ ସଦରରେ ଓଡି଼ଶା ବନ୍ଦ ର ସଫଳତା ପାଇଁ ଆଜି ସୋମବାର ଦିନ କଟକ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ସୀତାକାନ୍ତ ପଣ୍ଡାଙ୍କ ସଭାପତିତ୍ବରେ କଟକ ଲିଙ୍କ୍ ରୋଡ ଶକ୍ତି ନଗରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ କଟକ ସଦର ର ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା କମିଟି ଉପସଭାପତି ରାମଚନ୍ଦ୍ର ଗୋଛାୟତ, କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ରାକେଶ ସ୍ୱାଇଁ, ଶିଶିର ରଥ,ନିର୍ମଳ ସ୍ୱାଇଁ, ନିରଞ୍ଜନ ଲେଙ୍କା, ମମତା ସିଂ, ଉଗ୍ରସେନ ଭୁୟାଁ, ନିହାର ନନ୍ଦ,ସୟଦ୍ ସୱର ଅଲ୍ଲୀ, ରଜନୀକାନ୍ତ ବସ୍ତିଆ, ଶତୃଘ୍ନ ଦାସ,ତନ୍ମୟ ପରିଜା, ଜୟନାରାୟଣ ତ୍ରିପାଠୀ,ସ୍ୱପ୍ନ କୁମାର ସ୍ୱାଇଁ,ଇଲୁ ସିଂ,ନଜମର ହୁସେନ ଖାନ୍, ହେମନ୍ତ ମହାପାତ୍ର, ଅନନ୍ତ ପରିଡା,ରୁଷି କାଣ୍ଡି, ତ୍ରିଲୋଚନ ଭୋଇ, ଦିଲିପ ବାରିକ ପ୍ରମୁଖ ବହୁ କର୍ମୀ ଓ ନେତା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
