ଏଵେ ବି ମାନବିକତା ଵଞ୍ଚି ରହିଛି, ରାସ୍ତାରୁ ପାଇଥିବା ଦାମୀ ମୋବାଇଲ ଓ ଏଟିଏମ୍ କାର୍ଡ ଫେରାଇଲେ ରାଜୁ

କଟକ ସଦର,୦୮/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ସୋମପୁର ପଞ୍ଚାୟତ ଥୋରିଆପଡା ଗ୍ରାମର ରାଜୁ ଓରଫ ମହମ୍ମଦ ମିନହାଜ୍ ଅଫସର ଵାଟରୁ ପାଇଥିଵା ଏକ ଦାମୀ ମୋବାଇଲ ଓ ଏଟିଏମ୍ କାର୍ଡ କୁ ଗତକାଲି ସୋମବାର ବିଳମ୍ବିତ ରାତିରେ ହରାଇଥିବା ଵ୍ୟକ୍ତି ଙ୍କୁ ଫେରାଇ ମହାନତା ଦେଖାଇଛନ୍ତି। ଘଟଣାକ୍ରମ ଏଇଆ ଯେ‌ ରାଜୁ ଗତକାଲି ରାତିରେ କଟକ ଓଏମପି ଛକରୁ ଏକ ମୋବାଇଲ ପାଇଥିଲେ।

ଯାହା ଭିତରେ ଏଟିଏମ୍ କାର୍ଡ ଥିଲା। ହେଲେ ମୋଵାଇଲଟି ପଡ଼ିଯିବା ଫଳରେ କେଉଁ ଆଡକୁ ଫୋନ୍ କରିଵା ସମ୍ଭଵ ହୋଇନଥିଲା। ଘରକୁ ଆସି ସିମ୍ କାଢି ଅନ୍ୟ ଏକ ମୋବାଇଲ ରେ ପକାଇଵା ପରେ ଘନଘନ ଫୋନ୍ ଆସିଥିଲା। ହରାଇଥିବା ଵ୍ୟକ୍ତି ଏରସମା ଥାନା ଇଵ୍ରିସିଂ ଉରାଳି ଗ୍ରାମର ନିହାର ରଞ୍ଜନ ନାୟକ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ତାଙ୍କ ମା’ ଙ୍କ ପାଖକୁ ଯାଉଥିବା ବେଳେ ଅକସ୍ମାତ ମୋବାଇଲ୍ ଟି ଖସି ପଡିଥିଲା।

ନିହାର ମା’ ଙ୍କ ପାଇଁ ଔଷଧ କିଣିବାକୁ ଏଟିଏମ୍ ଖୋଜନ୍ତି ତ ତାହା ନମିଳିବାରୁ ସିଏ ପାଗଳ ପ୍ରାୟ ହୋଇଯାଇଥିଲେ। ମାନବିକତା ଦେଖାଇ ରାଜୁ ନିହାରଙ୍କୁ ସୋମବାର ରାତିରେ ସୋମପୁର ବଜାରକୁ ଡ଼ାକି ମୋବାଇଲ ଓ ଏଟିଏମ୍ କାର୍ଡ ଫେରାଇଥିବା କୁ ନେଇ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି। ନିହାର ମଧ୍ୟ ରାଜୁ ଙ୍କୁ ଅନ୍ତରରୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *