ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, ୦୭/୦୭/୨୦୨୫(ଓଡ଼ିଶା ସମାଚାର)- ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ୯୭ତମ ଜୟନ୍ତୀ ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାଗବତ ବାବୁଙ୍କ ଜୀବନୀ ଏକ ସାଲିସ ବିହିନ ସଂଗ୍ରମ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ସଂପ୍ରତି ବିପନ୍ନ ହୋଇପଡୁଥିବା ଗଣତନ୍ତ୍ରକୁ ରକ୍ଷାକରିବା ପାଇଁ ସମସ୍ତେ ଦଳମତ ନିର୍ବିଶେଷରେ ଆଗେଇ ଆସିବା ପାଇଁ ସେ ଆହ୍ୱାନ କରିଥିଲେ ।

ଭାଗବତବାବୁଙ୍କ ଦୃଢ ନିଷ୍ପତିି ଓ ରାଜନୀତିରେ ଯଥେଷ୍ଟ ପ୍ରଭାବ ଥିବାରୁ ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ଦୁଇଦୁଇଟି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ସେ ସକ୍ଷମ ହୋଇପାରିଥିଲେ । ତାଙ୍କର ଆଦର୍ଶରେ ଆଜିର ଯୁବ ପିଢି ପ୍ରଭାବିତ ହୋଇପାରିଲେ ଏହା ତାଙ୍କ ପ୍ରତି ଶ୍ରେଷ୍ଟ ସମ୍ମାନ ହୋଇପାରିବ । ଅନ୍ୟତମ ଅତିଥି ବରିଷ୍ଟ ଶ୍ରମିକ ନେତା ତଥା ଜାତୀୟ ଓ ଆର୍ନ୍ତଯାତିିକ କ୍ଷେତ୍ରରେ ଯଥେଷ୍ଟ ସୁନାମ ଅର୍ଜନ କରିଥିବା ରାମଚନ୍ଦ୍ର ଖୁଂଟିଆ ଯୋଗଦେଇ ଭାଗବତ ବାବୁଙ୍କୁ ଜଣେ ସାମ୍ୟବାଦୀ ନେତାରୁପେ ଅବିହିତ କରିଥିଲେ ।

ଜିଲା ଯଥା ରାଜ୍ୟରେ ତାଙ୍କ ସମୟରେ ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ଓ ସାଧାରଣ ଖଟିଖିଆ ଲୋକମାନଙ୍କର ଜୀବନଧାରଣ ମାନରେ ଯଥେଷ୍ଟ ଉନ୍ନତି ପରିଲିଖିତ ହୋଇଥିଲା । ବଜାର ଭିତିକ ଅର୍ଥନୀତିରେ କେତେକ ମୁଷ୍ଟିମେୟ ଲୋକ ଓ କମ୍ପାନୀମାନେ ଲାଭବାନ ହେଉଥିବା ବେଳେ ସାଧାରଣଲୋକଙ୍କ ଦୁର୍ଦଶା ଦିନକୁ ଦିନ ଖରାପ ଦିଗରେ ଗତିକରୁଛି । ତେଣୁ ଆଗାମୀ ପିଢି ଭାଗବତବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଅର୍ଥନୀତିର ବିରୋଧକରି ସମବାୟ ଆନ୍ଦୋଳନକୁ ଅଧିକ ଉନ୍ନତ ଓ ଶକ୍ତିଶାଳୀ କରି ସାଧାରଣ ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ସହାୟକ ହେବା ପାଇଁ ଆହ୍ୱାନ ଦେଇଥିଲେ ।

ସଭାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଯଥା ସମବାୟ ଓ ସାମାଜସେବା କ୍ଷେତ୍ରରେ ଶ୍ରୀକାନ୍ତ ନାୟକ, ଜୀବନୀ ଲେଖାପାଇଁ ଅରବିନ୍ଦ ସ୍ୱାଇଁ, ଆଇନସେବା ପାଇଁ ଉମେଶ ଚନ୍ଦ୍ର ସିଂ ଓ ସାହିତ୍ୟ କବିତା କୃତୀ ପାଇଁ ନିରାକାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟତମ ଅତିଥି କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା ଭାଗବତବାବୁଙ୍କୁ କେନ୍ଦ୍ରାପଡାର ବିନ୍ଧାଣୀ ଭାବେ ଚିତ୍ରଣ କରିଥିଲେ ଏବଂ ତାଙ୍କ ସମୟରେ କେନ୍ଦ୍ରାପଡା ଜିଲାର ସର୍ବାଧିକ ଉନ୍ନତି ସାଧିତ ହୋଇଥିଲା । ଯାହା ରାଜ୍ୟରେ ଜଣେ ପ୍ରଭାବୀ ମନ୍ତ୍ରୀ ଓ ବିଧାୟକ ଭାବରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ଜଳସେଚନ ବ୍ୟବସ୍ଥାର ଯଥେଷ୍ଟ ଉନ୍ନତି କରିଥିଲେ ଏବଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଥିଲେ ।

ସଭାରେ ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ପ୍ରାକ୍ତନ ବିଧାୟକ ଅଲେଖ କୁମାର ଜେନା, ଚିନ୍ମୟ ପ୍ରସାଦ ବେହୁରା, ପ୍ରଦୀପ କୁମାର ମହାନ୍ତି, ଅଧ୍ୟାପକ ତପନ କୁମାର ପତି, ଉମାକାନ୍ତ ନାୟକ, ଅଜୟ ସାମଲ, ଚୈତନ୍ୟ ପରିଡା, ପରିବେଶବିତ୍ ଉଦୟ ଚୌଧୁରୀ, ବିଧାନ ଚନ୍ଦ୍ର ସାମଲ, ଅପର୍ଣ୍ଣା ମିଶ୍ର, ମହମ୍ମଦ ଆକବର ଅଲ୍ଲି, ଶ୍ରମିକ ନେତା କୃଷ୍ଣ ଚନ୍ଦ୍ର ରାଉତ, ପ୍ରମୋଦ ମହାପାତ୍ର ପ୍ରମୁଖ ଭାଗବତବାବୁଙ୍କ ବହୁମୁଖି ପ୍ରତିଭା ସମ୍ପର୍କର୍ରେ ମତବ୍ୟକ୍ତ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଟ୍ରଷ୍ଟି ବସନ୍ତ କୁମାର ସେଠୀ, ସମ୍ପାଦକ ସୁଶିଲ କୁମାର ସାମଲ, ସଭ୍ୟ ଫକିର ଚରଣ ଖଟୁଆ, ମୁକ୍ତାର ଖାଁ, ତରୁ ରଞ୍ଜନ ପ୍ରଧାନ, ଶରତ ବେହୁରା, ମହେନ୍ଦ୍ର କୁମାର ପରିଡା, ଭ୍ରମରବର ରାଉତ, ଧରଣୀଧର ସୁଆର, ବିଧୁଭୂଷଣ ମହାପାତ୍ର, ଦୟାନିଧି ଜେନା ପ୍ରମୁଖ ସଭା ପରିଚାଳନାରେ ସପୂର୍ଣ୍ଣର୍ ସହଯୋଗ କରିଥିଲେ । ଏହି ଅବସରରେ ସକାଳେ ଡାକ୍ତଖାନରେ ରୋଗୀମାନଙ୍କୁ ଗଗନ ବିହାରୀ ରାଉତ ଓ ରଶ୍ମି ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱରେ ଫଳ ବଂଟନ କରାଯାଇଥିଲା । ସହର ସ୍ଥିତ ଅନ୍ଧ, ମୁକ, ବଧିର ବିଦ୍ୟାଳୟର ଅନ୍ତବାସୀମାନଙ୍କୁ ଗୌତମ ପଟ୍ଟନାୟକ ଓ ଗାୟତ୍ରୀ ମାହାନ୍ତି ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ସର୍ବ ଶେଷରେ ଫକିର ଚରଣ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *