ଭୁବନେଶ୍ୱର,୦୬/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜୁଲାଇ ମାସ ପ୍ରଥମ ଶୁକ୍ରବାର ଦିନ ରୋଟାରି ଏବଂ ଇନର ହୁଇଲ କ୍ଲବ ଅଫ ଭୁବନେଶ୍ବର ମେଟ୍ରୋଙ୍କ ଯୁଗ୍ମ ବାର୍ଷିକ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ଯାଇଅଛି। କେଶରୀ ହୋଟେଲ ସଭାଗୃହରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରମ ବିଶିଷ୍ଟ ସେବା ମେଡାଲ ଭୂଷିତ ଜେନେରାଲ ଜୟନ୍ତ କୁମାର ମହାନ୍ତି ଯୋଗଦେଇ କ୍ଲବ ର ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଗୁଡିକର ଭୂୟସୀ ପ୍ରଶଂସା କରିବା ସହ ଭବିଷ୍ୟତ କାର୍ଯ୍ୟକ୍ରମ ପାଇଁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ ।୨୦୨୫ – ୨୬ ବର୍ଷ ପାଇଁ ନିର୍ବାଚିତ ସଭାପତି ଭାବେ ରୋଟାରିଆନ ବ୍ରିଗେଡ଼ିଅର ବି ପି ପଟ୍ଟନାୟକ ପୂର୍ବତନ ସଭାପତି ସଂଯୁକ୍ତା ନାୟକଙ୍କ ଠାରୁ ଦାୟୀତ୍ବ ଗ୍ରହଣ କରିଥିଲେ। ସେହିପରି ସମ୍ପାଦକ ଭାବେ କଲୋନେଲ ସୁନିଲ ପଟ୍ଟନାୟକ ପୂର୍ବତନ ସଂପାଦକ ଦୁଷ୍ମନ୍ତ ସାହୁଙ୍କ ଠାରୁ ଦାୟୀତ୍ବ ଗ୍ରହଣ କରିଥିଲେ।
ଅନ୍ୟ ପକ୍ଷରେ ଇନର ହୁଇଲ କ୍କବ ଭୁବନେଶ୍ବର ମେଟ୍ରୋଙ୍କ ନବନିର୍ବାଚିତ ସଭାପତି ବସନ୍ତ କୁମାରୀ ପଣ୍ଡା ପୂର୍ବତନ ସଭାପତି ନଳିନୀ ନାରାୟଣଙ୍କ ଠାରୁ ଏବଂ ନୂତନ ସଂପାଦକ ଭାବେ ବୈଜୟନ୍ତୀମାଲା ସାହୁ ପୂର୍ବତନ ସଂପାଦକଙ୍କ ଠାରୁ ଦାୟୀତ୍ବ ଗ୍ରହଣ କରିଥିଲେ। ଉଭୟ ରୋଟାରି ଓ ଇନର ହୁଇଲ ର ସମସ୍ତ ସଭ୍ୟ ତଥା ଜିଲ୍ଲା ଏବଂ କ୍ଲବ ସ୍ତରର ଅନେକ ନିମନ୍ତ୍ରିତ ସଭ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ। ରୋଟାରିଆନ ନଳିନୀ ଶର୍ମା ସୂଚାରୁ ରୂପେ ସଭାକାର୍ଯ ପରିଚାଳନା କରିଥିଲେ।
