୨୪ ନୂଆ ଏନଏସି ଓ ୫ ପୌର ପରିଷଦ (ମ୍ୟୁନିସିପାଲିଟି )

ଭୁବନେଶ୍ୱର,୨୨/୧୨/୨୦୨୫ (ଓଡ଼ିଶା ସମାଚାର)-  ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ ଏନଏସି ନେଇ ପ୍ରକାଶ ପାଇଛି ତାଲିକା। ସେହିପରି ୩ଟି ଜିଲାର ୫ ନୂଆ ମ୍ୟୁନିସିପାଲିଟି ନେଇ ବିଜ୍ଞପ୍ତି ଜାରି ହୋଇଛି।

ଏନଏସି ତାଲିକାରେ ପାଲଲହଡ଼ା, ସିମୁଳିଆ, ସୋହେଲା, ତିହିଡ଼ି, ଧୂଷୁରୀ, ସାଲେପୁର, ବଡ଼ମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଖୋର୍ଦ୍ଧାର ଟାଙ୍ଗୀ, ବୋରିଗୁମ୍ମା, ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା, ରାସଗୋବିନ୍ଦପୁର, ବିଷମକଟକ, ବାମରା, ରେଙ୍ଗାଲି, ବୀରମହାରାଜପୁର ରହିଛି।

ସେହିପରି ନୂଆ ମ୍ୟୁନିସିପାଲିଟି ତାଲିକାରେ ବୈଦ୍ଧଗଡ଼, ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା, କରଞ୍ଜିଆ ରହିଛି।

Leave a Reply

Your email address will not be published. Required fields are marked *