କଟକ ସଦର , ୧୨/୧୧/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଏସିଆ ମହାଦେଶର ଏକମାତ୍ର ତଥା ରାଷ୍ଟ୍ରିୟ ମାନ୍ୟତା ଅପେକ୍ଷାରେ ଥିବା କଟକର ଐତିହାସିକ ମୁକ୍ତାକାଶ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଆଉ ମାତ୍ର ତିନିଦିନ ବାକି ରହିଥିବା ବେଳେ ଚଳିତ ଵର୍ଷ ଯାତ୍ରାକୁ ଅଧିକରୁ ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରିବାଲାଗି ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାନଦୀ ତଟର ଉପର ଓ ତଳ ପଡ଼ିଆରେ ହେବାକୁ ଥିବା ଉକ୍ତ ମୁକ୍ତାକାଶ ପାରମ୍ପାରିକ ବାଲିଯାତ୍ରାକୁ ଆସନ୍ତା କାର୍ତ୍ତିକ ପୂର୍ଣ୍ଣମୀ ଶୁକ୍ରବାର ଦିନ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ସମେତ ବହୁ ମନ୍ତ୍ରୀ, ସାଂସଦ, ବିଧାୟକ ଉଦଘାଟନ କରିବାକୁ ଆସୁଥିବା ବେଳେ ବିଭିନ୍ନ ସଂଧ୍ୟାରେ ମଞ୍ଚ ଦୁଲୁକାଇଵାକୁ ଆସୁଛନ୍ତି ବଲିଉଡ୍ ଷ୍ଟାର ସିଙ୍ଗର ଉଚିତ୍ ନାରାୟଣ,ଜାଭେଦ୍ ଅଲ୍ଲୀ, କୈଳାସ ଖେର, କ୍ରିଷ୍ଣା ବେଉରା ଙ୍କ ସମେତ ନାମୀଦାମୀ ଓଡିଆ ସିଙ୍ଗର। ଏଥିସହିତ ଅକ୍ଷୟ ମହାନ୍ତି ମଞ୍ଚରେ ମନମୋହିଵ ଜଗନ୍ନାଥ ସଂସ୍କୃତିର ମହାନ୍ ପୈ।ରାଣିକ ନାଟକ ଆହେ ନୀଳ ଶଇଳ। ଏଥିପାଇଁ ପ୍ରତୈ।କ ଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାର ସବୁ ବିଭାଗ ସହିତ ବିଶେଷକରି ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସେହିପରି ଚଳିତବର୍ଷ ଦକ୍ଷିଣ-ପୂର୍ଵ ଦେଶମାନଙ୍କର ଅନେକ ରାଷ୍ଟ୍ରଦୂତ କଟକ ବାଲିଯାତ୍ରାରେ ଯୋଗଦାନ କରିବାକୁ ଆସୁଥିବା ବେଳେ ଏହି ଐତିହାସିକ ଉତ୍ସବ ଅଧିକ ଶୃଙ୍ଖଳିତ ପରିଚାଳନା ନିମନ୍ତେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ବାଲିଯାତ୍ରା ପଡିଆ ପରିଦର୍ଶନ ସହ ପ୍ରସ୍ତୁତି ସମୀକ୍ଷା କରି ଫେରିଯାଇଥିବା ଜଣାପଡିଛି।ଅନ୍ୟ ପକ୍ଷରେ କ୍ୟୁଆର କୋଡ଼ କଟକଣାକୁ ନେଇ ଦ୍ୱନ୍ଦ ଦେଖାଦେଇଥିବା ବେଳେ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଉପୁଜିଥିବା ଜଣାପଡିଛି।